ଟିକା ନେବାକୁ ଘୋଡାରେ ଆସିଲେ ବୃଦ୍ଧା
କରୋନା ଟିକା ନେବାକୁ ଘୋଡାରେ ଚଢି ଟିକାକରଣ କେନ୍ଦ୍ରକୁ ଆସିଲେ ବୃଦ୍ଧା । ତେବେ ସେ କୌଣସି ସୌଖୀନ ପାଇଁ ଏପରି କରିନାହାନ୍ତି । ବରଂ ତାଙ୍କ ପାଦରେ ଯନ୍ତ୍ରଣା ହେଉଥିବାରୁ ସେ ଏପରି କରିଥିବା କହିଛନ୍ତି । ଏ କଥା ହେଉଛି ମଧ୍ୟପ୍ରଦେଶ ଛିଣ୍ଡୱାଡା ଜିଲ୍ଲାର ଜୁନାର୍ଦେବଙ୍କ ବିକାଶ ବ୍ଲକର ଗ୍ରାମ ପଞ୍ଚାୟତ ଗୁଡାମ ଗାଁର । ତାଙ୍କର ଏପରି କାମ ପରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କର ଏହି ଫଟୋ ।
ସୂଚନା ଥାଉକି, ଗାଁର ୭୧ବର୍ଷୀୟ ବୃଦ୍ଧା ଶ୍ରୀମତୀ ଦୁଖୋ ବାଇଙ୍କ ପାଦରେ ଲଗାତାର ଯନ୍ତ୍ରଣା ହେଉଥିଲା । ଏହି କାରଣରୁ ସେ ସଠିକ୍ ଭାବରେ ଚାଲିବାକୁ ସକ୍ଷମ ନଥିଲେ । ହେଲେ ଟିକା ନେବାକୁ ଉତ୍ସାହ ଏପରି ଥିଲା ଯେ ଏହା ସେ ଘୋଡା ଚଢି ଟିକା ନେବାକୁ ଯାଇଥିଲେ ।
Powered by Froala Editor