ଡରାଇଲାଣି ତୃତୀୟ ଲହର, ନୂଆ ଭାରିଆଣ୍ଟ ଚିହ୍ନଟ
ମୁମ୍ବାଇ: ଦ୍ୱତୀୟ ଲହର ନଜାଉଣୁ । କରୋନା ମହାମାରୀର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏଥିପାଇଁ ତୃତୀୟ ଲହର ବିପଦ ଘନେଇବାରେ ଲାଗିଛି । ଏହି ଭୁତାଣୁର ନାମ ଡେଲ୍ଟା ଭାରିଆଣ୍ଟର ସବ-ଲାଇନ ଏୱାଇ.୪ ବୋଲି କୁହାଯାଉଛି । ଏହା କେତେ ବିପଦଜନକ ହେବ ଓ ଏହାର ସଂକ୍ରମଣ କେତେ ଶୀଘ୍ର ବ୍ୟାପିବ, ଏନେଇ ଗବେଷଣା ଜାରି ରହିଛି । ଏହି ଭୂତାଣୁ ମହାରାଷ୍ଟ୍ରରୁ କୋଭିଡ-୧୯ ଜେନୋମ ସର୍ଭିଲାନ୍ସ ସମୟରେ ଏପ୍ରିଲରେ ସଂଗ୍ରହ କରାଯାଇଥିବା ନମୁନା ମଧ୍ୟରୁ ୧ ପ୍ରତିଶତରେ ଏୱାଇ.୪ ମିଳିଥିଲା ବୋଲି ସୂଚନା ମିଳିଛି । ଏଥିରୁ ମୁକ୍ତି ପାଇବା ପାଇଁ ସାରା ଦେଶରେ ଟିକାକରର ପ୍ରମ୍ରିୟା ମଧ୍ୟ ଜାରି ରହିଛି । ଦେଶରେ ଏବେସୁଦ୍ଧା ୮୧ କୋଟି ଟିକାକରଣ ହୋଇଛି।
Powered by Froala Editor