ପୁଣି ଆରମ୍ଭ ହେବ ଭ୍ୟାକ୍ସିନ ମୈତ୍ରୀ ଅଭିଯାନ, କେବେଠାରୁ ଜାଣନ୍ତୁ
ନୂଆଦିଲ୍ଲୀ: କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଭ୍ୟାକ୍ସିନ ମୈତ୍ରୀ ଅଭିଯାନ ପୁଣି ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି । ଦେଶର ଆବଶ୍ୟକତା ପୂରଣ ପରେ ଭ୍ୟାକ୍ସିନର ରପ୍ତାନି କରାଯିବ ବୋଲି ସେ କହିଛିନ୍ତି ଓ କେନ୍ଦ୍ର ସରକାରଙ୍କ ଭ୍ୟାକ୍ସିନ ମୈତ୍ରୀ କାର୍ଯ୍ୟାକ୍ରମ ଅଧିନରେ ଆସନ୍ତା ଅକ୍ଟୋବର ମାସ ପରଠାରୁ ପଡୋଶୀ ଦେଶକୁ ଭ୍ୟାକ୍ସିନ ରପ୍ତାନୀ କରାଯିବ । ଅକ୍ଟୋବର ମାସରେ ଦେଶକୁ ୩୦ କୋଟି କରୋନା ଟିକା ଡୋଜ ମିଳିବାକୁ ଯାଉଛି ଓ ଆଗାମୀ ତିନି ମାସ ମଧ୍ୟରେ ୧୦୦ କୋଟିରୁ ଅଧିକ ଡୋଜ ମିଳିବ ଏବଂ ଏହି କାର୍ଯକ୍ରମ ମାଧ୍ୟମରେ ଭାରତ ସାରା ବିଶ୍ୱକୁ ସାହାଯ୍ୟ କରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହା ସହିତ ଦେଶରେ ଏବେସୁଦ୍ଧା ୮୧ କୋଟି ଟିକାକରଣ ହୋଇଛି ଓ ଶେଷ ୧୦ କୋଟି ଟିକାକରଣକୁ ମାତ୍ର ୧୧ ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି ।
Powered by Froala Editor