ଶ୍ରୀନଗର-ବିମାନ ବନ୍ଦର ରାସ୍ତାରୁ ଆଇଇଡି ଠାବ

ଶ୍ରୀନଗର: ସୁରକ୍ଷା ବାହିନୀ ଯବାନମାନେ ଶ୍ରୀନଗର-ବିମାନ ବନ୍ଦର ରାସ୍ତାରୁ ଏକ ଆଇଇଡି ଜବତ କରିବା ପରେ ତାହାକୁ ନିଷ୍କ୍ରିୟ କରିଦେଇଛନ୍ତି। ବଡଗାମ ଜିଲାର ଗୋଗୋଇ ଅଞ୍ଚଳରୁ ଉକ୍ତ ଆଇଇଡିକୁ ମଙ୍ଗଳବାର ସକାଳେ ଠାବ କରାଯାଇଥିଲା। ଜମ୍ମୁ କାଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି ଯେ ସୁରକ୍ଷା ବାହିନୀ ପକ୍ଷରୁ ଉକ୍ତ ଅଞ୍ଚଳରେ ଯାଞ୍ଚ କରାଯାଉଥିବାବେଳେ ଆଇଇଡିକୁ ଠାବ କରାଯାଇଥିଲା। ପରେ ତାହାକୁ ନିଷ୍କ୍ରିୟ କରିଦିଆଯାଇଥିଲା। ଏହାଦ୍ୱାରା ଏକ ବଡଧରଣର ଅଘଟଣକୁ ଏଡାଇ ଦିଆଯାଇଛି।
Powered by Froala Editor