ଛତିଶଗଡ ପୂର୍ବତନ ମନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାୟପୁର: ଛତିଶଗଡର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜିନ୍ଦର ପାଲ ସିଂ ଭାଟିଆଙ୍କ ମୃତଦେହ ବାସଭବନରେ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି ।। ୭୨ ବର୍ଷିୟ ଭାଟିଆ ସନ୍ଧ୍ୟାରେ ଖୁରିଆ ସହରରେ ଥିବା ତାଙ୍କ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଲିଛି । ଖବର ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।
ବିଜେପି ନେତାଙ୍କ କହିବାନୁସାରେ, ଭାଟିଆ ଚଳିତ ବର୍ଷ ମାର୍ଚ୍ଚରେ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ଏଥିରୁ ସୁସ୍ଥ ହେବା ପରେ ସେ ଅସୁସ୍ଥ ହୋଇପଡିଥିଲେ। ତିନିଥର ବିଧାୟକ ଭାଟିଆ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ନେତୃତ୍ୱରେ ପ୍ରଥମ ବିଜେପି ସରକାରରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଥିଲେ । ୨୦୧୩ ରେ, ତାଙ୍କୁ ଦଳରୁ ଟିକେଟ୍ ମିଳି ନଥିଲା ବଳେ ସେ ବିଦ୍ରୋହ କରି ସ୍ୱାଧୀଣ ପ୍ରାର୍ଥୀ ଭାବରେ ବିଜୟ ହାସଲ କରିଥିଲେ । ତେବେ ସେ ପରେ ଦଳରେ ଯୋଗ ଦେଇଥିଲେ।
Powered by Froala Editor