ରାଜ୍ୟରେ କେତେ ବେଡ ଓ କେତେ ରୋଗୀ ଅଛନ୍ତି, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଅନ୍ୟପଟେ ବେଡ ସଂଖ୍ୟା ଅଭାବ ଥିବା ନେଇ ଚର୍ଚ୍ଚା ହୋଇଆସୁଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି । ରାଜ୍ୟର କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯିବା ଅବସରରେ ବେଡ ଓ ରୋଗୀଙ୍କ ତଥ୍ୟ ଦିଆଯାଇଛି । ଆସନ୍ତୁ ସେ ସମ୍ପର୍କରେ ଜାଣିବା:
- କୋଭିଡ ରୋଗୀଙ୍କ ପାଇଁ ୯୦୦୮ଟି ବେଡ ରହିଥିବାବେଳେ ୧୫୭୬ ଜଣ ରୋଗୀ ଅଛନ୍ତି
- ଘରୋଇ ହସ୍ପିଟାଲରେ ୪୬୪୦, ସରକାରୀ ହସ୍ପିଟାଲରେ ୪୩୬୮ ବେଡ ରହିଛି
- ଘରୋଇ ହସ୍ପିଟାଲରେ ୭୩୫ ଓ ସରକାରୀ ହସ୍ପିଟାଲରେ ୮୨୩ ରୋଗୀ ଅଛନ୍ତି
- ଘରୋଇ ହସ୍ପିଟାଲରେ ୧୪୯୪ଟି ଆଇସିୟୁ, ରୋଗୀ ଅଛନ୍ତି ୩୨୦
-ସରକାରୀ ହସ୍ପିଟାଲରେ ୫୨୪ ଆଇସିୟୁ, ରୋଗୀ ଅଛନ୍ତି ୧୦୪
- ରାଜ୍ୟରେ ସମୁଦାୟ ଆଇସିୟୁ ବେଡ ସଂଖ୍ୟା ୨୦୧୮, ରୋଗୀ ଅଛନ୍ତି ୪୨୪
-ଘରୋଇ ହସ୍ପିଟାଲରେ ୬୦୩ ଭେଣ୍ଟିଲେଟର, ରୋଗୀ ଅଛନ୍ତି ୪୧
- ସରକାରୀ ହସ୍ପିଟାଲରେ ୧୭୯ ଭେଣ୍ଟିଲେଟର, ରୋଗୀ ଅଛନ୍ତି ୧୮
-ରାଜ୍ୟରେ ମୋଟ ଭେଣ୍ଟିଲେଟର ୭୮୨, ରୋଗୀ ଅଛନ୍ତି ୫୯