ରାଜ୍ୟର ୮ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଟିକାକରଣ ବନ୍ଦ

ରାଜ୍ୟରେ କରୋନା ଟୀକାର ଅଭାବ ଫଳରେ ଟୀକାକରଣ ବାଧାପ୍ରାପ୍ତ ହୋଇଛି | ଫଳରେ ରାଜ୍ୟର ୮ଟି ଜିଲ୍ଲାର ପାଖାପାଖି ୧୦୦୦ କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । ଆଜି ରାଜ୍ୟକୁ ୨ଲକ୍ଷ କୋଭିସିଲ୍ଡ ଟିକା ଆସିବାର ଅଛି । ଏହି ଟିକା ଆସିଲେ ଆସନ୍ତା କାଲିଠାରୁ ଟିକାକରଣ ସ୍ୱାଭାବିକ ହେବ । କିନ୍ତୁ ଯେତିକି ଟିକା ଅଛି ତାହା ମଧ୍ୟ ଦୁଇ ତିନି ଦିନ ଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡଃ ବିଜୟ ପାଣିଗ୍ରାହୀ କହିଛନ୍ତି। ଏହିଠାରେ ସୂଚନା ଯେ ଗତକାଲି ୪୨୭ କେନ୍ଦ୍ରରେ ଟିକାକରଣ କରାଯାଇଛି । ୫୬ ହଜାର ଡୋଜ ଦିଆଯାଇଥିବା ବେଳେ ୩.୧ ଲକ୍ଷ କୋଭିସିଲ୍ଡ ଟିକା ମହଜୁଦ ଅଛି ।