ହାତୀ ଆକ୍ରମଣରେ ନାବାଳକ ମୃତ
ମୋରଡ଼ା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଉପରମଧୁରିଆ ଗ୍ରାମର ଦାସ ହାଁସଦାଙ୍କ ଘରେ ହାତୀ ଆକ୍ରମଣରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି।
ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦାସଙ୍କ ଘରେ ହାତୀ ପଶିଥିଲା। ଏହାଦେଖି ଭୟରେ ଦାସଙ୍କ ପରିବାର ଲୋକେ ଦୌଡ଼ି ପଳାଇ ଥିଲେ । ତେବେ ୧୧ ବର୍ଷ ଚନ୍ଦନ ମୁର୍ମୁ ହାତୀ ହାବୁଡ଼ରେ ପଡିଯାଇଥିଲେ। ଦନ୍ତା ତାଙ୍କୁ ଆକ୍ରମଣ କରି ଗୁରୁତର କରି ପକାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ବନବିଭାଗ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ଚନ୍ଦନ ମୁର୍ମୁଙ୍କୁ ମୃତ ଘୋଷଣା କରିଛନ୍ତି ।
Powered by Froala Editor