ଆଜି ରାତିରେ ସୁବର୍ଣ୍ଣରେଖା ପିକ୍:ଏସଆରସି

ଭୁବନେଶ୍ୱର: : ବାଲେଶ୍ୱର ରାଜଘାଟ ନିକଟରେ ବିପଦ ସଙ୍କେତ ଟପିଛି ସୁବର୍ଣ୍ଣରେଖା । ଏଠାରେ ବିପଦ ସଂଙ୍କେତ ୧୦.୩୬ ମିଟର ଥିବାବେଳେ ୧୦.୪୧ ମିଟରରେ ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି। ବନ୍ୟା ସ୍ଥିତିକୁ ନେଇ ଏସଆରସି ସୂଚନା ଦେଇ କହିଛନ୍ତି ଯେ ବୈତରଣୀ ,ବୁଢାବଳଙ୍ଗ ଏବଂ ଜଳକା ନଦୀ ଜଳସ୍ତର କମୁଛି କିନ୍ତୁ ସୁବର୍ଣ୍ଣରେଖା ଜଳସ୍ତର ବଢୁଛି ଯାହା ଆଜି ରାତିରେ ପିକ୍ ଛୁଇଁବ । ଆଜି ରାତିରେ ରାଜଘାଟଠାରେ ଜଳସ୍ତର ୧୧୫ ମିଟର ପହଂଚି ପାରେ । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଯୋଗୁଁ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି ଆଶା କରାଯାଇଛି । ଭୋଗରାଇ ଓ ବାଲିଆପାଳର କିଛି ତଳି ଅଚଂଳରେ ପାଣି ପଶିପାରେ । ତେଣୁ ଏଥିପାଇଁ ଜିଲ୍ଲା ପ୍ରଶାସନ ପୁରା ସଜାଗ ଥିବା କଥା କୁହାଯାଇଛି ।
ଉପର ମୁଣ୍ଡରେ ପ୍ରବଳ ବର୍ଷା କାଣରୁ ଗାଲିଦିହା ବ୍ୟାରେଜ୍ କର୍ତ୍ତୃପକ୍ଷ ଜଳଭଣ୍ଡାରରୁ ୬୧୦୦ କ୍ୟୁସେକ୍ ଜଳ ଛାଡିବା ପରେ ବନ୍ୟା ପରି ପରିସ୍ଥିତି ଆହୁରି ଭୟଙ୍କର ରୂପ ନେଇଥିଲା। ଏହାର ପ୍ରଭାବରେ ଭୋଗରାଇ ବ୍ଲକ ଅନ୍ତର୍ଗତ ୪୦ ଟି ଗ୍ରାମ ଏବଂ ତଳିଆ ଅଞ୍ଚଳରେ ଅବସ୍ଥିତ ବାଲିପାଲ ବ୍ଲକର ୩୦ ଟି ଗ୍ରାମରେ ଜଳବନ୍ଦି ସମସ୍ୟା ସୃଷ୍ଟି ହୋଇଛି
ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହିରାକୁଦ ଡ୍ୟାମ୍ କତୃପକ୍ଷ ୨୮ ଟି ସ୍ଲୁଇସ୍ ଗେଟ୍ ଖୋଲିଛନ୍ତି। ସମ୍ପ୍ରତି ଜଳଭଣ୍ଡାରରେ ପ୍ରାୟ ୪,୮୭,୨୦୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି ଏବଂ ୨୮ ଟି ସ୍ଲୁଇସ୍ ଫାଟକ ଦେଇ ସମାନ ପରିମାଣର ଜଳ ନିର୍ଗତ ହେଉଛି । ଜଳଭଣ୍ଡାରର ଜଳ ସଂରକ୍ଷଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ବର୍ତ୍ତମାନର ଜଳ ସ୍ତର ୬୨୮.୮୩ ଫୁଟ ରହିଛି ।
Powered by Froala Editor