ଦେଶରେ ୩୪,୪୦୩ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୩୦ ହଜାର ଟ୍ରେଣ୍ଡରେ ରହୁଛି କୋଭିଡ ସଂକ୍ରମଣ । ମୃତ୍ୟୁସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ସଂକ୍ରମଣ ୩୦ ରୁ ୪୦ ହଜାର ମଧ୍ୟରେ ରହୁଛି । ଏହି ପରିପ୍ରେକ୍ଷୀରେ ପୁଣି ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪ ହଜାର ୪୦୩ ନୂଆ କୋରୋନା ସଂକ୍ରମିତ ।
ସେହିପରି ୩୭ ହଜାର ୯୫୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୩ କୋଟି ୩୯ ଲକ୍ଷ ୫୬ରେ ପହଞ୍ଚିଛି । ମୋଟ ୩ କୋଟି ୨୫ ଲକ୍ଷ ୯୮ ହଜାର ୪୨୪ ସୁସ୍ଥ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୧୭ ହଜାର ୬୮୧ ଜଣ କେରଳରୁ ଚିହ୍ନଟ ହୋଇଥିବା ଜଣାପଡିଛି ।ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ୭୭.୨୪ କୋଟି ଲୋକଙ୍କ ଟୀକାକରଣ ସରିଛି ।
Powered by Froala Editor