ରାଜ୍ୟରେ ଦିନକରେ ୯୬ ଶିଶୁ ଆକ୍ରାନ୍ତ
ଭୁବନେଶ୍ବର: ଖସୁଛି ସଂକ୍ରମଣ । ରାଜ୍ୟରେ ଏବେ ତଳମୁହାଁ କୋରୋନା ଗ୍ରାଫ । ଏପଟେ ଦୈନିକ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧୦୦ ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୨୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୯୬ ଜଣ ୧୮ ବର୍ଷ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୩୬୭ ଜଣ ଥିବା ବେଳେ ୨୬୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୯୧ ଜଣ ଥିବାବେଳେ ଅନୁଗୋଳରୁ ୫, ବାଲେଶ୍ବରରୁ ୨୨, ବରଗଡ଼ରୁ ୭, ଭଦ୍ରକରୁ ୭, କଟକରୁ ୮୭, ବଲାଙ୍ଗୀରରୁ ୧, କଟକରୁ ୭୨, ଦେବଗଡ଼ରୁ ୧, ଢେଙ୍କାନାଳରୁ ୫, ଗଜପତିରୁ ୨, ଗଞ୍ଜାମରୁ ୧, ଜଗତସିଂହପୁରରୁ ୨୬, ଯାଜପୁରରୁ ୧୯, ଝାରସୁଗୁଡା ୩, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୨, କୋରାପୁଟ ୧୬, ମୟୂରଭଞ୍ଜରୁ ୨୨, ନୟାଗଡରୁ ୭, ପୁରୀ ୯, ରାୟଗଡ଼ାରୁ ୪, ସମ୍ବଲପୁରରୁ ୮, ସୁନ୍ଦରଗଡ଼ରୁ ୨୩ ଏବଂ ଷ୍ଟେଟ ପୁଲ୍ରୁ ୬୬ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୯୨୬ରେ ପହଞ୍ଚିଛି । ୧୦ଲକ୍ଷ ୪ହଜାର ୮୪୫ ଏଯାଏଁ ସୁସ୍ଥ ହୋଇଥିବା ବେଳେ ୫୯୦୬ଟି ସକ୍ରିୟ ମାମଲା ରହିଛି ।
Powered by Froala Editor