ନିର୍ମାଣାଧୀନ ଓଭରବ୍ରିଜ ଭୁଶୁଡ଼ଲା,୧୩ ଗୁରୁତର
ମହାରାଷ୍ଟ୍ରର ମୁମ୍ଵାଇରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଅଞ୍ଚଳରେ ନିର୍ମାଣଧିନ ଓଭର ବ୍ରିଜର ଏକ ଅଂଶ ଭାଙ୍ଗି ପଡିଛି । ଏହି ଅଘଟଣରେ ୧୩ ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତ ଗୁରୁତରଙ୍କୁ ବିଏନ ଦେଶାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ସୂଚନାନୁଯାୟୀ, ଶୁକ୍ରବାର ସକାଳ ୪ଟା ୨୦ ମିନିଟ୍ରେ ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ନିକଟରେ ଏକ ନିର୍ମାଣଧିନ ବ୍ରିଜ୍ ଭୁଶୁଡି ପଡିଛି। ଏହି ବ୍ରିଜ୍ଟି ବିକେସି ମେନ ରୋଡ ଏବଂ ସାନ୍ତାକ୍ରୁଜ୍ ଚେମ୍ବୁର ଲିଙ୍କ୍ ରୋଡକୁ ସଂଯୋଗ କରୁଥିଲା। ପୋଲଟି ଭୁଶୁଡି ଯିବା କାରଣରୁ ୧୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଁଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କୌଣସି ଜନହାନି ହୋଇନଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ ବ୍ରିଜ୍ ଭୁଶୁଡିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି। ଏହାପୂର୍ବରୁ ମୁମ୍ବାଇ ମାନଖୁର୍ଦ ଅଞ୍ଚଳରେ ଥିବା ଏକ ସ୍କାର୍ପୟାର୍ଡରେ ଭୟଙ୍କର ନିଆଁ ଲାଗିଯାଇଥିଲା ।
Powered by Froala Editor