୬୦ ବର୍ଷୀୟ ବୃଦ୍ଧାଙ୍କ ଶବ ସହ ବଳାତ୍କାର
ଜଣେ ୧୯ ବର୍ଷୀୟ ଯୁବକ ମଦ ନିଶାରେ ପିଶାଚ ପାଲଟିଗଲା । ୬୦ ବର୍ଷର ଜଣେ ବୃଦ୍ଧାଙ୍କୁ ମାରିବା ପରେ ତାଙ୍କ ସହ ବଳାତ୍କାର କରିଥିଲା । ଏଭଳି ଅମାନବୀୟ କାଣ୍ଡ କରିବାକୁ ସେ ଟିକେ ବି କୁଣ୍ଠାବୋଧ କରିନଥିଲା । ମଦ ନିଶାରେ ଏଭଳି କାଣ୍ଡ ଘଟାଇଥିଲେ ବି ପୁଲିସ ତାକୁ ଗିରଫ କରିଛି । ଏ ଘଟଣା ରାଜସ୍ଥାନ ହନୁମାନଗଡ ଜିଲ୍ଲାରେ ଘଟିଛି । ସୂଚନା ଅନୁଯାୟୀ ହନୁମାନଗଡ଼ ଜିଲ୍ଲାର ପିଲିବଙ୍ଗା ଅଞ୍ଚଳର ୧୯ ବର୍ଷୀୟ ଯୁବକ ମଦନିଶାରେ ଆସି ବୟସ୍କୀୟା ମହିଳାଙ୍କ ଘରେ ପଶିଥିଲା । ସେଠାରେ ସେ ୬୦ ବର୍ଷୀୟ ମହିଳାଙ୍କ ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସେଥିରେ ଅସଫଳ ହୋଇଥିଲା । ଏଥିନେଇ ଯୁବକ ନିଜର ମଦ ନିଶାରେ ସବୁ କିଛି ଭୁଲିଯାଇଥିଲା । ପରେ ସେ ମହିଳାଙ୍କର ଗଳା ଚିପି ହତ୍ୟା କରିଥିଲା । ଏହା ପରେ ଯୁବକ ମହିଳାଙ୍କ ଶବ ସହିତ ଦୁଷ୍କର୍ମ କରିଥିଲା । ତେବେ ପୋଲିସ୍ ଘଟଣାର ସୂଚନା ପାଇ ଘଟଣା ସ୍ଥଳରେ ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା । ଏଭଳି କାରନାମାରେ ଯୁବକର ପରିବାର ଖୁବ୍ ମର୍ମାହତ ହୋଇପଡିଛନ୍ତି ।
Powered by Froala Editor