ଆଜି ବିଶ୍ୱ ନିର୍ମାତା ପ୍ରଭୁ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା
ଆଜି ବିଶ୍ୱ ନିର୍ମାତା ପ୍ରଭୁ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା । କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୁତ ହୋଇଥିଲେ ଦେବଶିଳ୍ପୀ ବିଶ୍ୱକର୍ମା । ଭଗବାନ ବିଶ୍ୱକର୍ମା ଦିବ୍ୟ ବସ୍ତ୍ର ପରିହିତ, ନାନା ଅଳଙ୍କାରରେ ବିଭୂଷିତ, ଅତ୍ୟନ୍ତ ତେଜସ୍ୱୀ ଓ କାମଦେବଙ୍କ ପରି କାନ୍ତିମାନ । ପୁରାଣ ଅନୁସାରେ ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀଙ୍କ ବିଶ୍ୱକର୍ମାଙ୍କ ଜନ୍ମ । ବ୍ରହ୍ମାଭ୍କ ନିଦେ୍ର୍ଧଶରେ ସେ ସୃଷ୍ଟି ସର୍ଜନା କରିଥିଲେ ବୋଲି କୁହାଯାଏ । ସେ ହେଉଛନ୍ତି ସକଳ ଶିଳ୍ପକଳାର ଜନକ । ସେଥିପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନରେ ବିଶ୍ୱକର୍ମାଙ୍କ ପୂଜା କରାଯାଏ । ତାଙ୍କ ଦ୍ୱାରା ଦେବତାମାନଙ୍କର ସମସ୍ତ ଶସ୍ତ୍ର ,ବିମାନ ଆଦି ନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସହରର ସମସ୍ତ ଶିଳ୍ପାନୁଷ୍ଠାନ । ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସମସ୍ତ ଯନ୍ତ୍ରପାତିକୁ ଶୁଦ୍ଧପୁତ କରାଯାଇ, ସେଥିରେ ଚନ୍ଦନ, ସିନ୍ଦୁର ଲଗାଇ ପୂଜା କରାଯାଏ । ଏଥର କରୋନା ପାଇଁ ଫିକା ପଡ଼ିଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ବିଶ୍ୱକର୍ମା ପୂଜା ବିଶ୍ୱକର୍ମା ଜୟନ୍ତୀ ନାମରେ ମଧ୍ୟ ଜଣାଶୁଣା । ଏହି ଦିନରେ ସମସ୍ତ କାରିଗର, ଇଞ୍ଜିନିୟର୍, ଓ୍ୱେଲଡର, ମେକାନିକ୍ ଏବଂ ଅନ୍ୟମାନେ ଶିଳ୍ପୀ ଦେବତାଙ୍କୁ ପୂଜା କରିଥାନ୍ତି ।
Powered by Froala Editor