ରାଜ୍ୟରେ ୬୨୮ କରୋନା ପଜିଟିଭ ଚିହ୍ନଟ, ୪ ମୃତ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୨୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୬୭ ଜଣ ଓ ସ୍ଥାନୀୟ ସଂକ୍ରମଣ ୨୬୧ ରହିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୫, ବାଲେଶ୍ୱରରୁ ୨୨, ବରଗଡରୁ ୭, ଭଦ୍ରକରୁ ୭, ବଲାଙ୍ଗିରରୁ ୧, କଟକରୁ ୭୨, ଦେବଗଡରୁ ୧, ଢେଙ୍କାନାଳରୁ ୫, ଗଜପତିରୁ ୨, ଗଞ୍ଜାମରୁ ୧, ଜଗତସିଂହପୁରରୁ ୨୬, ଯାଜପୁରରୁ ୧୯, ଝାରସୁଗୁଡାରୁ ୩, କେନ୍ଦ୍ରାପଡାରୁ ୯, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ସର୍ବାଧିକ ୨୯୧ ଜଣ, କୋରାପୁଟରୁ ୧୬, ମୟୂରଭଞ୍ଜରୁ ୨୨, ନୟାଗଡରୁ ୭, ପୁରୀରୁ ୯, ରାୟଗଡାରୁ ୪, ସମ୍ବଲପୁରରୁ ୮, ସୁନ୍ଦରଗଡରୁ ୨୩ ଓ ରାଜ୍ୟପୁଲରୁ ୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୮,୯୨୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସର ୯୬ ଜଣ ପିଲା ରହିଛନ୍ତି ବୋଲି ସୂଚନା ମିଳିଛି । ରାଜ୍ୟରେ ଏବେ ଆକ୍ଟିଭ କେସ୍ ରହିଛି ୫ହଜାର ୯୦୬ । ଏହା ସହିତ ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
Powered by Froala Editor