ଗୋଧସ ଜଳପ୍ରପାତରେ ଭାସିଗଲେ ୩ ଜଣ
ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ନୂଆପଡା ଜିଲ୍ଲା ଗୋଧସ ଜଳପ୍ରପାତ୍ରରେ ତିନି ଜଣ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟକ୍ତିମାନେ ବିଦେଶୀ ମଦ ଦୋକାନ କର୍ମଚାରୀ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ନିଖୋଜ ବ୍ୟକ୍ତିମାନେ ହେଲେ ନିଲେଶ ସିଂ (୩୩), ଅମିତ କୁମାର ଗୁପ୍ତା (୨୫) ଏବଂ ରାଜକୁମାର ଗୁପ୍ତା (୨୪)।
ନୂଆପଡ଼ା ଟାଉନ୍ରେ ଥିବା ଏକ ବିଦେଶୀ ମଦ ଦୋକାନରେ ହୋଇଥିଲା ଗଣେଶ ପୂଜା। ଆଜି ବିଘ୍ନନାଶକଙ୍କ ବିସର୍ଜନ ପାଇଁ ମଦ ଦୋକାନର କର୍ମଚାରୀମାନେ ଏକ କାରରେ ୪୦ କିମି ଦୂର ଗୋଧସ ଜଳପ୍ରପାତକୁ ଯାଇଥିଲେ। ଗଣେଶଙ୍କ ମୂର୍ତ୍ତି ଧରି ୬ ଜଣ ଜଳପ୍ରପାତ ଭିତରକୁ ଯାଇଥିଲେ। ଅସାବଧାନତା ଯୋଗୁ ମଦ ଦୋକାନ ମ୍ୟାନେଜର ନିଲେଶ ସିଂ, ସେଲ୍ସମ୍ୟାନ୍ ରାଜକୁମାର ଗୁପ୍ତା ଓ ଅମିତ କୁମାର ପାଣିରେ ଭାସି ଯାଇଥିଲେ। କୌଶଳ କରି ଅନ୍ୟମାନେ କୂଳକୁ ଫେରିଥିଲେ। ହେଲେ ଜଳପ୍ରପାତରେ ୫୦ ଫୁଟ୍ ଉପରୁ ପାଣି ପଡ଼ି ଜୋଙ୍କ ନଦୀକୁ ପ୍ରଖର ବେଗରେ ଚାଲି ଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସ୍ଥାନୀୟ ଲୋକଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳି ନାହିଁ।
Powered by Froala Editor