ସୁନା ଓ ରୁପାର ଦାମ ଖସିଲା
ସୁନା ଓ ରୁପାର ଦାମ ହ୍ରାସ ପାଇଛି। ଶସ୍ତା ହେବା ପରେ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୪୫,୭୩୫ ଟଙ୍କାକୁ ଖସିଛି। ୧୦ ଗ୍ରାମ ପ୍ରତି ୪୯୧ ଟଙ୍କା ଶସ୍ତା ହୋଇଛି। ପୂର୍ବ ଟ୍ରେଡରେ ସୁନାର ଦାମ ୧୦ ଗ୍ରାମ ପ୍ରତି ୪୬,୨୨୬ ଟଙ୍କା ରହିଥିଲା। ହେଲେ ଆଜି ଟ୍ରେଡ ଖୋଲିବା କ୍ଷଣି ସୁନାର ଦାମ ହ୍ରାସ ପାଇଛି। ରୁପା ମଧ୍ୟ ଶସ୍ତା ହୋଇଛି। ରୁପାର କେଜି ପ୍ରତି ଦାମ ୭୨୪ ଟଙ୍କା ହ୍ରାସ ପାଇବାରୁ ଏହା ଆଜି ୬୧,୫୪୧ ଟଙ୍କାରେ ବିକ୍ରି ହେଉଛି। ପୂର୍ବରୁ ରୁପା କେଜି ପ୍ରତି ଦାମ ୬୨,୨୬୫ ଟଙ୍କା ଥିଲା।
ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ କମିବା ଓ ଟଙ୍କାର ମୂଲ୍ୟ ବଢ଼ିବା ଯୋଗୁ ଏପରି ଘଟିଥିବା ଏଚ୍ଡିଏଫସି ପକ୍ଷରୁ କୁହାଯାଇଛି। ଆଜି କାରବାର ଆରମ୍ଭ ହେବା ସମୟରେ ଟଙ୍କାର ମୂଲ୍ୟ ୫ ପଇସା ବଢ଼ିଛି। ଏବେ ଗୋଟିଏ ଡଲାରର ମୂଲ୍ୟ ୭୩.୪୫ ଟଙ୍କା ରହିଛି।
Powered by Froala Editor