ଅକ୍ଟୋବର ୧୭ରେ ଆଇପିଏଲରେ ନିଲାମ ହେବ ଦୁଇଟି ନୂଆ ଦଳ
ମୁମ୍ବାଇ: ଇଣ୍ଡିଆନ ପି୍ରମିୟର ଲିଗ (ଆଇପିଏଲ) ର ୨୦୨୨ ସଂସ୍କରଣରେ ଆଉ ୨ଟି ନୂଆ ଦଳ ସାମିଲ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା । ଏବେ ଜାଣିବାକୁ ମିଳିଛି ଯେ ଅକ୍ଟୋବର ୧୭ରେ ଏହି ୨ଟି ନୂଆ ଦଳ ପାଇଁ ନିଲାମ ଅନୁଷ୍ଠିତ ହେବ । ଆଇପିଏଲ ସରିବାର ୨ଦିନ ପରେ ଏବଂ ଟ୍ୱେଣ୍ଟି ୨୦ ବିଶ୍ୱକପ ଆରମ୍ଭ ହେବ । ଦିନ ଏହି ନିଲାମ ଅନୁଷ୍ଠିତ ହେବ । ତେଣୁ ଟି୨୦ ବିଶ୍ୱକପ ଆୟୋଜନ କରୁଥିବା ୨ଟି ସହର ଓମାନର ମସ୍କାଟ କିମ୍ବା ୟୁଏଇର ଦୁବାଇରେ ଏହି ନିଲାମ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୨୧ ମଧ୍ୟରେ ପଟି ନୂଆ ଦଳ କିଣିବାକୁ ଥିବା ଅଗ୍ରାହ୍ୟ ବ୍ୟାବସାୟିକ ସଂସ୍ଥା ବା ବ୍ୟକ୍ତିବିଶେଷ ବିସିସିଆଇଙ୍କଠାରୁ ସ୍ପଷ୍ଟୀକରଣ ମାଗିପାରିବେ । ଏହା ପରେ ଅକ୍ଟୋବର ୫ ସୁଦ୍ଧା ଟେଣ୍ଡର କାଗଜାତ ସେମାନେ କିଣି ଅକ୍ଟୋବର ୧୭ ପୂର୍ବରୁ ଦାଖଲ କରିପାରିବେ । ଅକ୍ଟୋବର ୧୭ରେ ୨ଟି ନୂଆ ଦଳ ପାଇଁ ନିଲାମ ହେବ । ଟେଣ୍ଡର କାଗଜାତରେ ନୂଆ ଦଳ କିଣିବା ନେଇ ସମସ୍ତ ବିବରଣୀ ଓ ନିୟମାବଳୀ ରହିବ । ଇ-ମେଲ ଜରିଆରେ ଟେଣ୍ଡର କାଗଜାତ କିଣିହେବ । ଏହି କାଗଜାତ ପାଇଁ ୧୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ।
Powered by Froala Editor