ନିଜାମୁଦ୍ଧିନ ମକରଜ ମସଜିଦକୁ ଖୋଲିବାକୁ ଅନୁମତି ଦେଲେନି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀରେ ଅବସ୍ଥିତ ନିଜାମୁଦ୍ଧିନ ମକରଜ ମସଜିଦକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲିବାକୁ ଅନୁମତି ଦେବାକୁ କେନ୍ଦ୍ର ସରକାର ମନା କରିଛନ୍ତି । ଗତବର୍ଷ କୋଭିଡ କଟକଣାକୁ ଉଲ୍ଲଂଘନ କରି ମସଜିଦ ପରିସରରେ ତବଲିଗ ଜମାତ ସମାବେଶ ଆୟୋଜନ ହୋଇଥିଲା । ସମାବେଶରେ ବିଭିନ୍ନ ରାଜ୍ୟ ଓ ବିଦେଶରୁ ହଜାର ହଜାର ଅନୁଗାମୀ ଉପସ୍ଥିତ ରହିଥିଲେ । କୋଭିଡ କଟକଣା ଉଲ୍ଲଂଘନକୁ ନେଇ ଗତ ବର୍ଷ ମାର୍ଚ୍ଚ ମାସ ଠାରୁ ମସଜିଦଙ୍କୁ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ କରାଯାଇଛି । ତେବେ ମସଜିଦ ମଧ୍ୟକୁ ସର୍ବସାଧାରଣଙ୍କ ପ୍ରବେଶ ଅନୁମତି ଦାବି କରି ଦିଲ୍ଲୀ ୱାକଫ ବୋର୍ଡ ପକ୍ଷରୁ ହୋଇଥିବା ଏକ ଆବେଦନ ଉପରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଶୁଣାଣି କରି କେନ୍ଦ୍ର ସରକାରଙ୍କ ଠାରୁ ଜବାବ ଲୋଡିଥିଲେ । ମସଜିଦଙ୍କୁ କେତେ ଦିନ ପାଇଁ ବନ୍ଦ ରଖାଯିବ ବୋଲି ଅଦାଲତ ପ୍ରଶ୍ନ କରିଥିଲେ ।
Powered by Froala Editor