ତାଲିବାନ ସହ କଥାବାର୍ତ୍ତା କରିବା ଉଚିତ୍: ଯୋଶେଫ ବୋରେଲ

ତାଲିବାନ ସହ ୟୁରୋପୀୟ ସଂଘ (ଇୟୁ) ଖୁବଶୀଘ୍ର କଥାବାର୍ତ୍ତା ଆରମ୍ଭ କରିପାରେ । ସଂଘ ପକ୍ଷରୁ ମଙ୍ଗଳବାର ଏ ନେଇ ସକାରାତ୍ମକ ମନ୍ତବ୍ୟ ପ୍ରକାଶ ପାଇଛି । ଇୟୁର ବୈଦେଶିକ ନୀତି ମୁଖ୍ୟ ଯୋଶେଫ ବୋରେଲ କହିଛନ୍ତି, ତାଲିବାନ ସହ ଏବେ କଥାବାର୍ତ୍ତା ଆରମ୍ଭ କରିବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ । କାବୁଲରେ କୂଟନୈତିକ ଉପସ୍ଥିତି ରଖିବା ପାଇଁ ଉଦ୍ୟମ କରାଯିବା ଜରୁରୀ । ବୋରେଲ କହିଛନ୍ତି, ୟୁରୋପୀୟ ସଂଘ ରାଷ୍ଟ୍ରଗୁଡ଼ିକର ସରକାରଙ୍କ ସହ ଏ ନେଇ ଶୀଘ୍ର ଆଲୋଚନା କରାଯିବା । କାବୁଲରେ କିଭଳି କୂଟନୈତିକ ଉପସ୍ଥିତି ସ୍ଥାପନ ହୋଇପାରିବ, ତାହା ନେଇ ପଦକ୍ଷେପ ନିଆଯିବ । ଆଫଗାନ ସଂକଟ ଏବେ ଶେଷ ହୋଇନାହିଁ । ଷ୍ଟ୍ରାସବର୍ଗସ୍ଥିତ ୟୁରୋପୀୟ ସଂସଦରେ ବୋରେଲ କହିଛନ୍ତି, ସଂଘ ଏବେ ମାନବାଧିକାର ସୁରକ୍ଷା ଉପରେ ଗୁରୁତ୍ୱ ଦେବ । ଆଫଗାନିସ୍ତାନରେ ମାନବାଧିକାର ପ୍ରତି ବିପଦ ସୃଷ୍ଟି ହୋଇଛି । ତେଣୁ ତାଲିବାନ ସହ ୟୁରୋପୀୟ ସଂଘ ତୁରନ୍ତ କଥାବାର୍ତ୍ତା ଆରମ୍ଭ କରିବା ଉଚିତ । ଉଲ୍ଲେଖଯୋଗ୍ୟ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ୟୁରୋପୀୟ ସଂଘ, ବି୍ରଟେନ ଭଳି କେତେକ ଦେଶ ଦୁଃଖ ପ୍ରକାଶ କରିଥିଲେ ।
Powered by Froala Editor