ଆଜି ଦେଶରେ ୩୦,୫୭୦ କରୋନା ପଜିଟିଭ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ପୁଣି କରୋନା ଗ୍ରାଫ ଧୀରେଧୀରେ ଉପରମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୦, ୫୭୦ କରୋନା ସଂକ୍ରମିତ ଚିତ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୪୭,୩୨୫କୁ ବୃଦ୍ଧି ପାଇଛି । ଗତ ୨୪ ଗଣ୍ଟାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪୩୧ ରହିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪ଲକ୍ଷ ୪୩ହଜାର ୯୨୮କୁ ବୃଦ୍ଧି ପାଇଛି । ଆଜି କେବଳ କେରଳରୁ ୧୭,୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୨୦୮ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
Powered by Froala Editor