୧୯ ଜଣ ଓଏଏସ ଅଫିସରଙ୍କ ବଦଳି
ଭୁବନେଶ୍ୱର: ରାଜସ୍ୱ ବିଭାଗ ପକ୍ଷରୁ ୧୯ ଜଣ ଓଏଏସ ଅଫିସରଙ୍କ ଆଜି ବଦଳି ହୋଇଛି । ସିପକ ପାତ୍ରଙ୍କୁ ଦିଗପହଣ୍ଡି, ସରୋଜକାନ୍ତ ନାୟକଙ୍କୁ ଭଣ୍ଡାରିପୋଖରୀ, ରବୀନ୍ଦ୍ର କୁମାର ମିଶ୍ରଙ୍କୁ ବ୍ରହ୍ମପୁର, ସୁଶ୍ରୀ ପ୍ରଧାନଙ୍କୁ ମାର୍ଶାଘାଇ, ନିରଞ୍ଜନ ସାହୁଙ୍କ ଛତ୍ରପୁର, ଖଗେଶ୍ୱର ପାତ୍ରଙ୍କୁ ବୀରମହାରାଜପୁର, ଆର୍ତତ୍ରାଣ ଥାଟିକୁ ବିଜେପୁର ଓ ସ୍ମୃତି ରଞ୍ଜନ ମଲ୍ଲିକଙ୍କୁ ଜଳେଶ୍ୱର ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି । ମଧୁସୂଦନ ନାୟକଙ୍କୁ ଜଗତସିଂହପୁର, ବିଜ୍ଞାନ କୁମ୍ଭାରଙ୍କୁ କଳାହାଣ୍ଡି, ଅଶ୍ୱିନୀ କୁମାର ଦାସଙ୍କୁ ବରଗଡ଼, ଶିବବ୍ରତ ତି୍ରପାଠୀଙ୍କ କେନ୍ଦୁଝର ଓ ସୁବ୍ରତ ଆର ଶତପଥୀଙ୍କୁ ଖୋର୍ଦ୍ଧା ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ତାପସ କୁମାର ସେଠୀଙ୍କୁ ସୁକିନ୍ଦା ଓ ଯଶୋବନ୍ତ ବେହେରାଙ୍କୁ ସମଖୁଣ୍ଟା ବିଡିଓ ଭାବେ ନୂଆ ନିଯୁକ୍ତି ମିଳିଛି । ପବିତ୍ର କୁମାର ସାମଲ ଖୋର୍ଦ୍ଧା ସର୍ବ ରେଜିଷ୍ଟ୍ରାର, ଆକାଂକ୍ଷା ଅଭିଜିତାଙ୍କୁ ଷ୍ଟାଫ ସିଲେକ୍ସନ କମିସନର ଅନୁସଚିବ ଓ ତି୍ରଷ୍ଣା ବିଶ୍ୱାଳଙ୍କୁ ରାଜ୍ୟ ସୂଚନା କମିସନଙ୍କ ଅନୁସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଏହା ବାଦ ଅଦ୍ୱୈତ କୁମାର ସ୍ୱାଇଁଙ୍କୁ ବ୍ରହ୍ମପୁର ମହାନଗର ନିଗମକୁ ବଦଳି କରାଯାଇଛି ।
Powered by Froala Editor