ପତ୍ନୀ ଠାରୁ ୩୦ହଜାର ନେଇ ପ୍ରେମିକା ସହ ଚମ୍ପଟ ମାରିଥିଲା ଡେଲିଭରି ବଏ
ଭୁବନେଶ୍ୱର: ଡେଲିଭରି ବଏ ଚିକୁନ ଅପହରଣର ହାଇଡ୍ରାମା ସାମ୍ନାକୁ ଆସିଛି । ଡେଲିଭରି ବଏ ପତିତପାବନ ଓ ତାର ପ୍ରେମିକାକୁ ନେଇ ଭୁବନେଶ୍ୱରରେ ପହଞ୍ଚି ଧଉଳି ଥାନା ପୋଲିସ ପଚରା ଉଚରା ଜାରି ରଖିଛି । ମଧ୍ୟପ୍ରଦେଶର କଟଣୀରୁ ଟ୍ରେନ ଯୋଗେ ଭୁବନେଶ୍ୱରରେ ପହଁଚିଛି ପୋଲିସ ।
ଗତ ଶନିବାର ରାତିରେ କିଡନାପ ନେଇ ପନôୀଙ୍କୁ ଭଏସ ମେସେଜ୍ କରିଥିଲା ଚିକୁନ । ରବିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗତ ମଙ୍ଗଳବାର ଦିନ ମଧ୍ୟପ୍ରଦେଶର କଟଣୀ ରେଲୱେ ଷ୍ଟେସନରୁ ଡେଲିଭରି ବୟ ଓ ତାଙ୍କ ପ୍ରେମିକାକୁ ଠାବ କରିଥିଲା ପୋଲିସ । ପନôୀ ଠାରୁ ୩୦ ହଜାର ଟଙ୍କା ନେଇ ପ୍ରେମିକା ସହ ଟ୍ରେନ୍ ଯୋଗେ ଚମ୍ପଟ ମାରିଥିଲା ସ୍ୱାମୀ ଚିକୁନ ବୋଲି ସୂଚନା ମିଳିଛି । ଆଜି ପୋଲିସର ପଚାରଉଚରା ପରେ ପୂରା ନାଟକରୁ ପରଦା ହଟିବ ।
Powered by Froala Editor