ପୁଣି ଥରେ TATA ହାତକୁ ଯିବ ଏୟାର ଇଣ୍ଡିଆ !
![ପୁଣି ଥରେ TATA ହାତକୁ ଯିବ ଏୟାର ଇଣ୍ଡିଆ !](https://odishanewslens.com/news_gallery/6039_1631733253.jpg)
ଯେଉଁ ଟାଟା ଗ୍ରୁପ ଦିନେ ଭାରତରେ ବିମାନ ଚଲାଚଳ ସଂସ୍ଥା ଆରମ୍ଭ କରିଥିଲା, ସେହି ଟାଟା ଗ୍ରୁପ ଆଜି ପୁଣି ଏୟାର ଇଣ୍ଡିଆରେ ଅଂଶୀଦାର ହେବାକୁ ଯାଉଛି । ସରକାର କହିଛନ୍ତି ଯେ ଟାଟା ସନ୍ସ ସମେତ ଅନେକ କମ୍ପାନୀ ଏୟାର ଇଣ୍ଡିଆକୁ କିଣିବା ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଛନ୍ତି । ଟେଣ୍ଡର ପାଇଁ ଶେଷ ତାରିଖ ଆଜି (ସେପ୍ଟେମ୍ବର ୧୫) ଥିବାବେଳେ ବିଡରଙ୍କ ମଧ୍ୟରେ ଟାଟା ସନ୍ସ ମଧ୍ୟ ରହିଛି । ଟାଟା ସନ୍ସ ମୁଖପାତ୍ର କହିଛନ୍ତି ଯେ ଏୟାର ଇଣ୍ଡିଆ ପାଇଁ ବିଡ୍ ଦାଖଲ କରାଯାଇଛି। ସ୍ପାଇସଜେଟର ପ୍ରମୋଟର୍ ଅଜୟ ସିଂ ମଧ୍ୟ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର ବିଡ ଦାଖଲ କରିଛନ୍ତି।
ଏହି ଡିଲରେ କେବଳ ଏୟାର ଇଣ୍ଡିଆ ବିମାନ ବିକ୍ରି ହେବ ନାହିଁ, ବରଂ ମୁମ୍ବାଇରେ ଏୟାର ଇଣ୍ଡିଆ ବିଲଡିଂ, ଦିଲ୍ଲୀର ଏୟାରଲାଇନ୍ସ ହାଉସ ସମେତ ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟ ଏହି ଡିଲ ର ଅଂଶ ହେବ। ଏହା ସହିତ ଦିଲ୍ଲୀର କନ୍ନାଟ୍ ପ୍ଲେସରେ ଚାରି ଏକର ଜମି, ଦିଲ୍ଲୀ-ମୁମ୍ବାଇ ଏବଂ ଅନ୍ୟାନ୍ୟ ସହରରେ କର୍ମଚାରୀଙ୍କ ପାଇଁ ଥିବା ହାଉସିଂ ସୋସାଇଟି ମଧ୍ୟ ବିକ୍ରି ହେବ |
ସୂଚନା ଥାଉ କି, ଜେଆରଡ଼ି ଟାଟା ୧୯୩୨ ମସିହାରେ ଟାଟା ଏୟାର ସର୍ଭିସେସ୍ ଆରମ୍ଭ କରିଥିଲେ, ଯାହା ପରେ ଟାଟା ଏୟାରଲାଇନ୍ସ ହୋଇଥିଲା । ସେତେବେଳେ ଟାଟା କମ୍ପାନୀ ପରିଚାଳନା ଦାୟିତ୍ୱରେ ଥିବା ଜେଆରଡ଼ି ଟାଟା ନିଜେ ଜଣେ ପାଇଲଟ ଥିବାବେଳେ ଏୟାର ଇଣ୍ଡିଆ କମ୍ପାନୀ ନିର୍ମାଣର ମଙ୍ଗ ଧରିଥିଲେ । ଆଉ ଏବେ ପୁଣି ଥରେ ଟାଟା କମ୍ପାନୀ ଏୟାର ଇଣ୍ଡିଆକୁ କିଣିବା ପାଇଁ ବିଡ଼ିଂ ଜମା କରିବା ଆରମ୍ଭ କରିଦେଇଛି । କେବଳ ଦେଖିବାକୁ ବାକି ରହିଛି କତେବେ ଟାଟା କମ୍ପାନୀ ବିମାନ ଚଳାଚଳ ସଂସ୍ଥାକୁ ହାତେଇବାକୁ ଯାଉଛି ?
Powered by Froala Editor