କର୍ଫୁ୍ୟରେ ଏମାନଙ୍କୁ ମିଳିବ ଅନୁମତି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଠାରୁ ରାଜ୍ୟରେ ରାତି୍ରକାଳୀନ କର୍ଫୁ୍ୟ ଆରମ୍ଭ ହେବ । କରୋନା ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଏହି କର୍ଫୁ୍ୟ ଆରମ୍ଭ ହେବ । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାତ୍ରିକାଳୀନ କର୍ଫୁ୍ୟ ସମୟରେ କଟକ ଓ ଭୁବନେଶ୍ୱରରେ ୧୪୪ ଜାରି କରାଯାଇଛି । ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି କରାଯାଇଛି । ୧୪୪ ଧାରା ଜାରି ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ୧୪୪ ଧାରା ଲାଗୁ ହୋଇଥିବାରୁ ବାହାରେ ବୁଲିବାକୁ କଡ଼ା ବାରଣ କରାଯାଇଛି । ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ବାହାରକୁ ବାହାରିବା ପାଇଁ ମନା କରାଯାଇଛି । ଏହାର ଉଲ୍ଲଂଘନ କଲେ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।
ତେବେ ନାଇଟ କର୍ଫୁ୍ୟ ଓ ୧୪୪ ନେଇ ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ନାଇଟ କର୍ଫୁ୍ୟକୁ କଡ଼ାକଡ଼ି ଲାଗୁ କରାଯିବ । ବ୍ୟାପକ ପୁଲିସ ମୁତୟନ ହେବେ । କେବଳ ଅତ୍ୟାବଶ୍ୟକ ସେବା କର୍ମଚାରୀଙ୍କୁ ଯାଆସ ପାଇଁ ଅନୁମତି ମିଳିବ । ତେବେ ରାତ୍ରିକାଳୀନ କର୍ଫୁ୍ୟ ବେଳେ କେଉଁମାନଙ୍କୁ ଯାଆସ ପାଇଁ ଅନୁମତି ମିିଳିବ ଜାଣନ୍ତୁ:
- ମେଡିକାଲ, ମିଡିଆ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଅନୁମତି ମିଳିବ
- ନିଜ ସଂସ୍ଥା ଦ୍ୱାରା ପ୍ରଦତଃ ପରିଚୟପତ୍ର ଦେଖାଇ ସେମାନେ ଯାଇପାରିବେ
- ରେଳ ଷ୍ଟେସନ ଓ ଏୟାରପୋର୍ଟ ଯାଉଥିବା ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି
-ମେଡିକାଲ ଇମର୍ଜେନ୍ସି ଥିଲେ ତତସମ୍ବନ୍ଧୀୟ କାଗଜପତ୍ର ଦେଖାଇବେ