ଭାରତୀୟ ନାଗରିକଙ୍କୁ ବନ୍ଧୁକ ଦେଖାଇ ଅପହରଣ
‘ଇଣ୍ଡିଆନ୍ ୱାର୍ଲଡ୍ ଫୋରମ୍ର’ ଅଧ୍ୟକ୍ଷ ପୁନୀତ ସିଂହ ଚାନେ୍ଧାକ୍ କହିଛନ୍ତି ଯେ ବାଂଶରୀ ଲାଲ୍ ଅରେନେ୍ଦ ନାମରେ ଆଫଗାନିସ୍ତାନ-ଜନ୍ମିତ ଜଣେ ୫୦ ବର୍ଷିୟ ଭାରତୀୟ ନାଗରିକଙ୍କୁ ବନ୍ଧୁକ ଦେଖାଇ କାବୁଲ୍ରୁ ଅପହରଣ କରି ନିଆଯାଇଛି । ଏ କଥା ସେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅବଗତ କରାଇବା ସହ ତୁରନ୍ତ ସେମାନଙ୍କ ହସ୍ତକ୍ଷେପ ଓ ସହଯୋଗ ପାଇଁ ଅନୁରୋଧ କରିଛନ୍ତି । ପୁନୀତ୍ ସିଂହ ଚାନେ୍ଧାକ୍ ଆହୁରି ମଧ୍ୟ କହିଛନ୍ତି ଯେ, ଗତକାଲି ସକାଳ ପ୍ରାୟ ୮ ବେଳେ ତାଙ୍କ ଦୋକାନ ପରିସରରୁ ବାଂଶରୀ ଲାଲ୍ ଅରେନେ୍ଦଙ୍କୁ ଅପହରଣ କରି ନିଆଯାଇଥିବା କଥା ଆଫଗାନ୍-ହିନ୍ଦୁ ଶିଖ୍ ସମ୍ପ୍ରଦାୟ ତାଙ୍କୁ ଜଣାଇଥିଲେ । ସେ ଔଷଧପତ୍ର ବ୍ୟବସାୟ କରନ୍ତି ଏବଂ ଅପହୃତ ହେବା ପୂର୍ବରୁ ତାଙ୍କର କର୍ମଚାରୀଙ୍କ ସହ ସବୁଦିନ ଭଳି ଦୋକାନ ଖୋଲିବାକୁ ଯାଉଥିଲେ ।
କାବୁଲରୁ ଅନ୍ୟ ଏକ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ସେ ଦୋକାନକୁ ଯାଉଥିବା କାରର ପଛପଟେ ମାଡ ହୋଇଥିଲା । ପରେ ତାଙ୍କୁ ବନ୍ଧୁକ ଦେଖାଇ ଅପହରଣକାରୀ ମାନେ ଗୋଟିଏ ସବୁଜ ରଙ୍ଗର କାରରେ ନେଇ ଯାଇଥିଲେ । ବାଂଶରୀ ଲାଲଙ୍କୁ ଏବଂ ତାଙ୍କ କର୍ମଚାରୀଙ୍କୁ ଅପହରଣ କରି ନିଆଯାଇଥିଲା, କିନ୍ତୁ କୌଣସିମତେ କର୍ମଚାରୀଜଣକ ଖସି ପଳାଇ ଆସିବାରେ ସମର୍ଥ ହୋଇଥିଲେ । ଅପହରଣକାରୀ ମାନେ ତାଙ୍କୁ ଅତି ନିର୍ମମ ଭାବେ ମାରଧର କରିଛନ୍ତି । କାବୁଲର ୧୧ଶ ପୁଲିସ ଡିଷ୍ଟ୍ରିକ୍ଟରେ ଘଟଣାଟି ଘଟିଛି । ଏ ସଂକ୍ରାନ୍ତରେ କିଛି ଜାଣି ନ ଥିବା କଥା ‘ଆନ୍ତର୍ଜାତିକ ଗଣମାଧ୍ୟମ’ ନିମନ୍ତେ ନିଯୁକ୍ତ ତାଲିବାନ୍ ମୁଖପାତ୍ର କହିଛନ୍ତି । ସୂଚନାଯୋଗ୍ୟ ଯେ ବାଂଶରୀ ଲାଲ୍ ଅରେନ୍ଦାଙ୍କ ପରିବାର ଦିଲ୍ଲୀରେ ବସବାସ କରନ୍ତି । ଏନେଇ ସ୍ଥାନୀୟ ତଦନ୍ତକାରୀ ଏଜେନ୍ସିଙ୍କ ନିକଟରେ ମାମଲା ମଧ୍ୟ ରୁଜୁ କରାଯାଇଛି ।
Powered by Froala Editor