ଶବର ପାହାଡ଼ ଭିତରେ ନିର୍ବାକ ହୋଇପଡ଼ିଥିଲା ଶିଶୁ, ଦେବଦୂତ ସାଜିଲେ ଯୁବକ

ନରସଂହାର ବେଳେ ଦେବଦୂତ ପାଲଟିଲେ ଜଣେ ୧୭ ବର୍ଷୀୟ ଯୁବକ । ଶହ ଶହ ଶବ ଭିତରୁ ଜଣେ ୩ ବର୍ଷର ଶିଶୁକୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏ ଘଟଣା ସେତେବେଳର ଯେତେବେଳେ କାବୁଲ ବିମାନବନ୍ଦର ବିସ୍ଫୋରଣରେ ଆତଙ୍କବାଦୀମାନେ ରକ୍ତର ନଦୀ ବୁହାଉଥିଲେ । ବିସ୍ଫୋରଣ ବେଳେ ପରିବାରଠୁ ଅଲଗା ହୋଇଯାଇଥିଲା ୩ ବର୍ଷର ଅଲ୍ଲୀ । ଚାରିପଟେ ଭୟଙ୍କର ଦୃଶ୍ୟ । ଶବର ପାହାଡ଼ ଭିତରେ ନିର୍ବାକ ହୋଇପଡିଥିବା ଅଲ୍ଲୀ ପାଖରେ ପହଞ୍ଚିଥିଲେ ଜଣ ୧୭ ବର୍ଷର ଯୁବକ । ତୁରନ୍ତ ସେ ଅଲ୍ଲୀକୁ ଉଠାଇ ନେଇଥିଲେ ।
୨୮ ଅଗଷ୍ଟ ଏୟାରଲିଫ୍ଟରେ ଆମେରିକା ସେନା ତାକୁ ଦୋହା ଯାଉଥିବା ବିମାନରେ ବସାଇ ଦେଇଥିଲେ । ସେଠାରେ ଏକ ଅନାଥଳାୟରେ ପିଲାଟିକୁ ରଖା ଯାଇଥିଲା । ଦୋହାରୁ ପୁନର୍ବାର ଅଲୀକୁ ଟୋରାଂଟ ଫ୍ଲାଇଟରେ କାନାଡା ପଠାଇ ଦିଆ ଯାଇଥିଲା । ୨ ସପ୍ତାହ ଖୋଜାଖୋଜି କରିବା ପରେ ଅଲୀର ବାପା ବହୁ କଷ୍ଟରେ ନିଜ ପୁଅକୁ ଫେରି ପାଇଥିଲେ । ଆଉ ଏହି ସବୁ ଘଟଣାର ସମସ୍ତ ଶ୍ରେୟ ଯାଇଥିଲା ଅଚିହ୍ନା ୧୭ ବର୍ଷର ଯୁବକଟିକୁ, ଯିଏ କି ନିଜ ଜୀବନକୁ ବାଜିରେ ଲଗାଇ ପିଲାଟିକୁ ବଂଚାଇଥିଲା । ଏଥିପାଇଁ ଅଲ୍ଲୀର ପିତା ସେହି ଯୁବକଙ୍କ ନିକଟରେ ଚିର ଋଣୀ ରହିବେ ବୋଲି କହିଛନ୍ତି ।
Powered by Froala Editor