ଦେଶରେ ୨୮୪ କରୋନା ଆକ୍ରାନ୍ତ ମୃତ
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ, ମୃତୁ୍ୟ ସଂଖ୍ୟାରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହେଉଛି । ଗତ ୨୫ ଘଣ୍ଟାରେ ଦେଶରେ ୨୮୪ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତୁ୍ୟସଂଖ୍ୟା ୪,୪୩,୪୯୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ଟିଭ କେସ୍ ରହିଛି ୩,୫୧,୦୮୭ ଓ ଗତ ୨୪ ଘଣ୍ଟାରେ ଦେଣରେ ୨୭,୧୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୧୬,୭୫୫କୁ ବୃଦ୍ଧି ପାଇଛି । ଏହା ସହିତ କରୋନା ସୁସ୍ଥତା ହାର ୩,୨୫,୨୨,୨୭୧କୁ ବୃଦ୍ଧି ପାଇଛି ।
Powered by Froala Editor