ଆଉ ୪ଟି ଟ୍ରେନ ବାତିଲ
ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ତାଳଚେରରୋଡ୍ ଠାରେ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା ।ମାଲବାହୀ ଟ୍ରେନ୍ଟି ଲାଇନଚ୍ୟୁତ ହେବା ଫଳରେ ଢେଙ୍କାନାଳ-ସମ୍ବଲପୁର ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବୁଧବାର ଆଉ ୪ଟି ଟ୍ରେନ ବାତିଲ କରାଯାଇଥିବା ପୂର୍ବତନ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲକୁ ଉଭୟ ରାଉରକେଲା ଓ ଭୁବନେଶ୍ୱରର ବାତିଲ କରାଯାଇଛି ।
ସେହିପରି ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟିକୁ ମଧ୍ୟ ଉଭୟ ଦିଗରୁ ବାତିଲ କରାଯାଇଛି । ଏନେଇ ପୂର୍ବତନ ରେଳପଥର ବରିଷ୍ଠ ଅଧିକାରୀ କହିଛନ୍ତି । ପୁରୀ-ବିକାନିର ସ୍ପେଶାଲ ରୁଟ୍ ପରିବର୍ତ୍ତନ କରି ଜଖପୁରା-ଚକ୍ରଧରପୁର ହୋଇ ଚଳାଚଳ କରିବ । ରାଉରକେଲା-ପୁରୀ ସ୍ପେଶାଲକୁ ଆଂଶିକ ବାତିଲ କରାଯାଇଛି । ଯାହା ରାଉରକେଲା-ସମ୍ବଲପୁର ମଧ୍ୟ ଚାଲିବ ।
Powered by Froala Editor