ଆତଙ୍କୀଙ୍କ ନିଶାଣରେ ପାର୍ବଣ : ୬ ଗିରଫ, ଆଇଇଡି ଜବତ
ପାର୍ବଣରେ ବଡ ଧରଣର ଆକ୍ରମଣ ଲକ୍ଷ୍ୟରେ ଥିଲେ ଆତଙ୍କବାଦୀ । ତେବେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସେମାନଙ୍କୁ ଧରିବାରେ ସଫଳ ହୋଇଛି । ବିଭିନ୍ନ ରାଜ୍ୟରୁ ୬ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଗିରଫ ଆତଙ୍କୀମାନେ ହେଲେ ମହାରାଷ୍ଟ୍ରର ଜନ ମହମ୍ମଦ ଶେଖ, ଦିଲ୍ଲୀର ଓସାମା ସାମି, ୟୁପିର ରାଏବରେଲୀର ଲାଲା, ୟୁପିର ପ୍ରୟାଗରାଜର ଜୀଶାନ, ଲକ୍ଷ୍ନୌର ମହମ୍ମଦ ଅମୀର ଜାଭେଦ। ଓସାମା ଓ ଜୀଶାନ ପାକିସ୍ତାନରେ ଆତଙ୍କୀ ହମଲା ପାଇଁ ତାଲିମ ନେଇ ଏଠାକୁ ଆସିଥିବା ଦିଲ୍ଲୀ ପୁଲିସ୍ କହିଛି।
ଏମାନେ ସମସ୍ତେ ନବରାତ୍ରୀ ଓ ରାମଲୀଲା ବେଳେ ଭାରତରେ ସିରିଜ୍ ହମଲା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। କିନ୍ତୁ ସେମାନଙ୍କ ଯୋଜନା ଏବେ ଫସର ଫାଟିଛି। ତଥାପି ବିପଦ ଟଳି ନଥିବାରୁ ସୁରକ୍ଷାକର୍ମୀମାନଙ୍କୁ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି।
ସ୍ପେଶାଲ ସେଲର ଡେପୁଟି କମିଶନର ପ୍ରମୋଦ ସିଂହ କୁଶୱା କହିଛନ୍ତି, “ପାକିସ୍ତାନ ପ୍ରାୟୋଜିତ ଆତଙ୍କୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଏକାଧିକ ରାଜ୍ୟରେ ହୋଇଥିବା ଅପରେସନ ବେଳେ ଅନେକ ପ୍ରକାରର ଆପତ୍ତିଜନକ ଜିନିଷ ମିଳିଛି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଆରଡିଏକ୍ସ ଖଚିତ ଆଇଇଡି ଠାବ ହୋଇଛି। ଏମାନେ ସମସ୍ତେ ମହାରାଷ୍ଟ୍ର, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ବଡ଼ ଧରଣର ହମଲା କରିବାକୁ ପ୍ରସ୍ତୁତ ହେଉଥିଲେ।
ସ୍ପେଶାଲ ସେଲ୍ର ସ୍ପେଶାଲ ସିପି ନୀରଜ ଠାକୁର କହିଛନ୍ତି, ଗିରଫ ଆତଙ୍କୀମାନେ କହିଛନ୍ତି ଯେ ସେମାନଙ୍କ ସହ ଆଉ ୧୪ରୁ ୧୫ ଜଣ ବେଙ୍ଗଲୀ ଭାଷା କହୁଥିବା ଲୋକ ସାମିଲ ଅଛନ୍ତି। ସେମାନଙ୍କୁ ମଧ୍ୟ ହମଲା ପାଇଁ ତାଲିମ ଦିଆଯାଇଥିବା ଆଶଙ୍କା କରାଯାଉଛି।
Powered by Froala Editor