ଟେଷ୍ଟିଂ କିଟ ଅଭାବ: ପ୍ରଦୀପ୍ତ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରକୁ ନେଇ ଏବେ ସବୁଠି ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏହାରି ଭିତରେ ଟେଷ୍ଟିଂ କିଟର ଅଭାବ ନେଇ ଅଭିଯୋଗ ଆସିଛି । ଆଉ ଏଭଳି ଅଭିଯୋଗ ଆଉ କେହି ନୁହେଁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରିଛନ୍ତି ।
ସେ କହିଛନ୍ତି ଯେ, କଳାହାଣ୍ଡି ଓ ନୂଆପଡ଼ାରେ ଏବେ କରୋନା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗଲାଣି । ଛତିଶଗଡ଼କୁ ଲାଗିଥିବା ଅଞ୍ଚଳରେ କରୋନା ହୁ ହୁ ହୋଇ ବଢୁଛି । ଏପରି ସ୍ଥିତିରେ ଟେଷ୍ଟିଂ କିଟ ଅଭାବ ପରିସ୍ଥିତି ଆହୁରି ସଂଗୀନ କରୁଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରିଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।