ଇଂଜିନିୟରିଂ ସିଲାବସ୍ରେ ରାମାୟଣ, ମହାଭାରତ

ଯେଉଁମାନେ ଭଗବାନ ରାମଙ୍କ ଚରିତ୍ର ଓ ସେତେବେଳର କାର୍ଯ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ସେମାନେ ଇଞ୍ଜିନିୟରିଂ କୋର୍ସରେ ସବୁ କିଛି ଜାଣିପାରିବେ। ତେଣୁ ମଧ୍ୟପ୍ରଦେଶ ସରକାର ଇଞ୍ଜିନିୟରିଂ ପାଠ୍ୟ ଖସଡ଼ାରେ ରାମାୟଣ ଓ ମହାଭାରତ ବିଷୟବସ୍ତକୁ ସାମିଲ କରିଛନ୍ତି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଏକ ଘୋଷଣାନାମରେ ରାମାୟଣ, ମହାଭାରତ ଓ ରାମଚରିତ ମାନସକୁ ଇଞ୍ଜିନିୟରିଂ ପିଲାମାନେ ପଢ଼ିବେ ବୋଲି କୁହାଯାଇଛି।
ଏହି ନିଷ୍ପତ୍ତି ସମ୍ପର୍କରେ ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ମୋହଦ ଯାଦବ ସୂଚନା ଦେଇ କହିଛନ୍ତି, ଇଞ୍ଜିନିୟରିଂ ସିଲାବସ୍ରେ ଏପରି ବିଷୟବସ୍ତକୁ ସାମିଲ କରାଯିବାରେ କୌଣସି ଅସୁବିଧା ନାହିଁ। ଆମ ଷ୍ଟଡି ବୋର୍ଡରେ ଥିବା ଶିକ୍ଷକମାନେ ନୂଆ ଶିକ୍ଷା ନୀତି ଆଧାରରେ ଏସବୁ ବିଷୟବସ୍ତକୁ ସିଲାବସରେ ସାମିଲ କରିଛନ୍ତି। ଯଦି ଆମେ ଆମର ଗୌରବମୟ ଇତିହାସକୁ ଆଗକୁ ନେଇପାରିବା, ତା’ହେଲେ କେହି ବି କୌଣସି ପ୍ରଶ୍ନ ଉଠାଇବା କଥା ନୁହେଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ୧୫ ସେପ୍ଟେମ୍ବରରୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଖୋଲିବାକୁ ଯାଉଛି। ଏଥିପାଇଁ ଆଜି ଶିକ୍ଷାମନ୍ତ୍ରୀ ମୋହନ ଯାଦବ ବରିଷ୍ଠ ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।
Powered by Froala Editor