ଜନଜୀବନକୁ ବେହାଲ କରିଛି ବର୍ଷା, ଏହି ସବୁ ଅଞ୍ଚଳରେ ହୋଇଛି ପ୍ରବଳ ବର୍ଷା
ଭୁବନେଶ୍ୱର : ଦୁଇଦିନ ଧରି ବର୍ଷା କାଚୁଛି । ଲଗାଣ ବର୍ଷାରେ ଅନେକ ସ୍ଥାନ ଜଳବନ୍ଦୀ ବି ହୋଇପଡ଼ିଲାଣି । ବିଗତ କିଛି ସପ୍ତାହ ଧରି ସମସ୍ତେ ବର୍ଷାକୁ ଅନେଇ ବସିଥିବାବେଳେ ଏବେ ଲଗାଣ ବର୍ଷା ଜନଜୀବନକୁ ବେହାଲ କରିଦେଇଛି ।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ, ପୁରୀର ଅସ୍ତରଙ୍ଗ ଠାରେ ୫୩୦ ମିମି ଓ କାକଟପୁର ଠାରେ ୫୨୫ ମିମି ବର୍ଷା ରେକଡର଼୍ କରାଯାଇଛି । ସେହିପରି ଜଗତସିଂହପୁରର ବାଲିକୁଦା ଠାରେ ୪୪୦ ମିମି, କଟକରେ କନ୍ତାପଡ଼ା ଠାରେ ୩୮୧ ମିମି ଓ ନିଆଳୀ ଠାରେ ୩୭୦ ମିମି, ଜଗତସିଂହପୁରର ଆଳିପିଙ୍ଗଳ ଠାରେ ୩୬୪ ମିମି ବର୍ଷା ହୋଇଥିବା ଜଣାପଡ଼ିଛି ।
ଅପରପକ୍ଷରେ ପୁରୀରେ ୩୪୨.୫ ମିମି, ଗୋପରେ ୩୩୧ ମିମି ଓ ସତ୍ୟବାଦୀ ଠାରେ ୩୨୮ ମିମି ବର୍ଷା ହୋଇଥିବା ରେକଡର଼୍ କରାଯାଇଛି । ଏତଦବ୍ୟତୀତ ଜଗତସିଂହପୁରର ରଘୁନାଥପୁର ଠାରେ ୩୨୩ ମିମି, ପୁରୀର ନିମାପଡ଼ା ଠାରେ ୩୦୦.୬ ମିମି ଓ ଖୋର୍ଦ୍ଧାର ବାଲିପାଟଣା ଠାରେ ୨୮୦.୫ ମିମି ବର୍ଷା ହୋଇଛି ।
ଲଘୁଚାପ ଏବେବି ସକ୍ରିୟ ଥିବାରୁ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବରଗଡ଼ ପାଇଁ ରେଡ଼ୱାର୍ଣ୍ଣିଂ ଜାରି ହୋଇଛି । ଆଜି ଦିନ ତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
Powered by Froala Editor