ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୁପେନ୍ଦ୍ର
ନୂଆଦିଲ୍ଲୀ: ଗୁଜୁରାଟକୁ ଫେରିଲା ପଟେଲ ରାଜ। ବିଧାୟକ ଦଳର ନିଷ୍ପତ୍ତି ପରେ ଆଜି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୁପେନ୍ଦ୍ର ପଟେଲ। ରବିବାର ଗାନ୍ଧୀନଗର ଠାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ଭୁପେନ୍ଦ୍ରଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି।
ପରେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଥିବା ବେଳେ ଆଜି ଦିନ ୨ଟାରେ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି କାର୍ୟ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗ ଦେବେ ବୋଲି ଜଣାପଡିଛି। ଏହା ୨ଦିନ ପରେ ନୁଆ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ନେବେ ବୋଲି ଗୁଜୁରାଟ ବିଜେପି ମୁଖ୍ୟ ସିଆର ପାଟିଲ ସୂଚନା ଦେଇଛନ୍ତି ।
ଆଗକୁ ୨୦୨୨ ବିଧାନସଭା ନିର୍ବାଚନ ଆସୁଛି। ଯାହାକୁ ଆଖି ଆଗରେ ରଖି ପଟିଦାର ସମ୍ପ୍ରଦାୟର ଟାଣୁଆ ନେତା ଭୁପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ରାଜନୈନିକ ଗୋଟି ଚଳାଇଥିବା ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।
Powered by Froala Editor