ଚଳିତ ବର୍ଷ ଭର୍ଚୁଆଲ୍ରେ ଅଯୋଧ୍ୟା ରାମଲୀଲା
ଅଯୋଧ୍ୟା: କରୋନା କଟକଣା ପାଇଁ ସୁବଥର ଭଳି ଏଥର ସର୍ବସାଧାରଣଙ୍କ ଉପସ୍ଥିତିରେ ଅୟୋଜନ ହେବନି ଅଯୋଧ୍ୟା ରାମଲୀଲା । ଏହାକୁ ଭର୍ଚୁଆଲ୍ରେ ଆୟାଜନ କରାଯିବ । ଯାହାକୁ ଦୂରଦର୍ଶନରେ ସିଧା ପ୍ରସାରଣ କରାଯିବ ବୋଲି ଅଯୋଧ୍ୟାର ରାମଲୀଲା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
କମିଟି ପକ୍ଷରୁ କୁହାଯାଇଛି, ଅକ୍ଟୋବର ୬ରୁ ୧୫ ପର୍ଯ୍ୟନ୍ତ ରାମଲୀଲା ଦୂରଦର୍ଶନରେ ସିଧା ପ୍ରସାରଣ କରାଯିବ । ଏଥିରେ ପ୍ରାୟ ୩୫ ଜଣ ଫିଲ୍ମ ଷ୍ଟାର୍ ବିଭିନ୍ନ ଚରିତ୍ରରେ ଅଭିନୟ କରିବେ । କିଛି ନେତା ମଧ୍ୟ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି ।
Powered by Froala Editor