ଦେଶରେ ୩୦ ହଜାର ତଳକୁ ହ୍ରାସ ସଂକ୍ରମିତଙ୍କ ସଂଖ୍ୟା
![ଦେଶରେ ୩୦ ହଜାର ତଳକୁ ହ୍ରାସ ସଂକ୍ରମିତଙ୍କ ସଂଖ୍ୟା](https://odishanewslens.com/news_gallery/5920_1631427618.jpeg)
ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ତଳକୁ ଚିହ୍ନଟ ହୋଇଛି। ୨୪ ଘଣ୍ଟାରେ ଆଉ ୨୮,୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୩୬,୯୨୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ତାରେ ଆଉ ୩୩୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୨,୬୫୫ରେ ପହଞ୍ଚିଛି। ଦିନକରେ ଆଉ ୩୪,୮୪୮ ସୁସ୍ଥ ହୋଇଥିବା ବେଳେ ମୋଟ ୩,୨୪,୦୯,୩୪୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩,୮୪,୯୨୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୭୩,୮୨,୦୭,୩୭୮ ମୋଟ ଟିକା ନେଇ ସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
Powered by Froala Editor