Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ: ୧୨ବର୍ଷର ...

  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ...

  • ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ, ୭ ହଜାର ...

  • ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ...

  • କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଲେ ...

  • ଉଷା ମଙ୍ଗେଶକରଙ୍କୁ ମିଳିବ ‘ଭାରତ ରତ୍ନ ...

  • ୧୫୪ ବର୍ଷ ପରେ ଗୁଜରାଟରେ ଦେଖାଦେଲା ...

  • ନବଜାତ ଶିଶୁ ମୁହଁରେ ନିଶ !

  • ବିବାହ ପାଇଁ ଚୋରି କରି ଗିରଫ ହେଲେ ...

  • ୭ ଟଙ୍କା ଲଟେରୀରେ ଭାଗ୍ୟ ଚମକିଗଲା

ରାଜ୍ୟ
Home ›› ରାଜ୍ୟ ››ମା ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ମା ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

2021-09-12 06:10:36
15739
Share:
Facebook
Twitter
E-Mail
WhatsApp
Telegram
ମା ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ


ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ  ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତକାଲି ମା ସମଲେଶ୍ୱରୀ ମନ୍ଦିରରେ ଲାଇଟ ଅଣ୍ଡ ସାଉଣ୍ଡ୍ ଶୋ’କୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇବା ସହିତ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’, ଏଠାକୁ ଆସୁଥିବା ଭକ୍ତ ମାନଙ୍କୁ ସମ୍ବଲପୁର ତଥା ଓଡିଶାର ଗୌରବମୟ ଇତିହାସ ବିଷୟରେ ପରିଚିତ କରାଇବ ବୋଲି କହିଛନ୍ତି । 
ଭର୍ଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ସମ୍ବଲପୁର ଭାଷାରେ ମିଠାସ୍ ରହିଛି । ସମ୍ବଲପୁରୀ ଭାଷାରେ ଆମର ବନ୍ଧୁମାନେ ଯେତେବେଳେ କଥା ହୁଅନ୍ତି ତାହା ତାଙ୍କୁ ବହୁତ ଭଲ ଲାଗେ । ସମ୍ବଲପୁରୀ ଗୀତ ସାରା ଦେଶରେ ପ୍ରସିଦ୍ଧ । ସମ୍ବଲପୁରୀ ନୃତ୍ୟ ଓ ଗୀତ ମନଛୁଆଁ । ସମ୍ବଲପୁରୀ ଶାଢୀ କେବଳ ଓଡିଶାରେ ନୁହେଁ ସାରା ଭାରତର ଗୌରବ ବୃଦ୍ଧି କରିଛି । କବି ଗଙ୍ଗାଧର ମେହେରଙ୍କ ଅମରକୃତି ଓଡିଆ ଭାଷା ଓ ସାହିତ୍ୟକୁ କାଳଜୟୀ କରିଛି । ସଂଗ୍ରାମ ଓ ସଂସ୍କୃତିର ମହାନପୀଠ ହେଉଛି ସମ୍ବଲପୁର । ଦେଶ ଓ ଜାତି ପାଇଁ ବୀରସୁରେନ୍ଦ୍ର ସାଏଙ୍କ ତ୍ୟାଗ ଓ ସଂଗ୍ରାମ ତାଙ୍କୁ କିମ୍ବଦନ୍ତୀ କରି ଗଢିଛି । ସେ ଥିଲେ ଅଜୟ । 
ହୀରାକୁଦଠୁ ଆାରମ୍ଭ କରି ଦେବ୍ରିଗଡ ଅଭ୍ୟାରଣ୍ୟ, ହୁମାରଙ୍ଗ ମନ୍ଦିର, ହରିଶଙ୍କର, ନୃସିଂହନାଥ- ଏସବୁ ହେଉଛି ଆମ ଓଡିଶାର ପ୍ରତିଷ୍ଠିତ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ । ନୃସିଂହନାଥ ଓ ହରିଶଙ୍କର ମନ୍ଦିରର ବିକାଶ ପାଇଁ ଆମେ ଯୋଜନା କରୁଛୁ । ସମଲେଶ୍ୱରୀ ପୀଠାର ବିକାଶ ପାଇଁ କାମ ଆରମ୍ଭ ହୋଇଛି । ଏହି ରୂପାନ୍ତରଣରେ ସବୁଠୁ ଅଧିକ ଉପକାର ପାଇବେ ସ୍ଥାନୀୟ ଲୋକମାନେ । ଏହି ରୂପାନ୍ତରର ଲକ୍ଷ ହେଉଛି- ଆମ ସଂସ୍କୃତି, ପରମ୍ପରାକୁ ବିଶ୍ୱମୁଖୀ କରି ଅର୍ଥନୀତିକୁ ସମୃଦ୍ଧ କରିବା । ମା ସମଲେଶ୍ୱରୀ ପୀଠକୁ ଲକ୍ଷଲକ୍ଷ ଭକ୍ତ ଆସୁଛନ୍ତି । ଏହି ରୂପାନ୍ତରଣ ସେମାନଙ୍କୁ ପବିତ୍ର ଅନୁଭବ ଦେବାରେ ସାହାଯ୍ୟ କରିବ । ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଖୁବଶୀଘ୍ର ଆଗକୁ ବଢିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ମାନ୍ୟବର ପର୍ଯ୍ୟଟନ, ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଟିଡିସି ଅଧ୍ୟକ୍ଷ ଶ୍ରୀମତୀ ଶୀମୟୀ ମିଶ୍ର, ମା ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ସଭାପତି ସଞ୍ଜୟ କୁମାର ବାବୁ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ  ପାଣିଗ୍ରାହୀ, ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ କୁମାର ମହାନ୍ତି, ସମ୍ବଲପୁର ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଧଶକ(ଡିଆରଡିଏ), ସମ୍ବଲପୁର ଉପଜିଲ୍ଲାପାଳ ମଯୂର ସୂର୍ଯ୍ୟବଂଶୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ । 
ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଲାଇଟ ଆଣ୍ଡ ସାଉଣ୍ଡ ଶୋ’ ନିମନ୍ତେ ସାଢେ ୬କୋଟି ଟଙ୍କା ବ୍ୟୟ କରାଯାଇଛି । ପ୍ରାୟ ୩୭ମିନିଟର ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’କୁ ଉଭୟ ଓଡିଆ ଓ ହିନ୍ଦି ଭାଷାରେ ଶ୍ରଦ୍ଧାଳୁମାନେ ଉପଭୋଗ କରିପାରିବେ । ସମ୍ବଲପୁର ଓ ଷୋଡଶ ଶତାଦ୍ଧୀର ପ୍ରସିଦ୍ଧ ଏହି ମା ସମଲେଶ୍ୱରୀ ମନ୍ଦିରର ଗୌରବମୟ ଇତିହାସ ସମ୍ପର୍କରେ ଶ୍ରଦ୍ଧାଳୁମାନେ ଜାଣିବାର ସୁଯୋଗ ପାଇବେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକମାନଙ୍କ ଗବେଷଣାତ୍ମକ ତଥ୍ୟକୁ ଏହି ଶୋ’ରେ ଜୀବନ୍ତ ରୂପ ଦେବାକୁ ପ୍ରୟାସ କରାଯାଇଛି । ପଦ୍ମ ପୁରସ୍କାରପ୍ରାପ୍ତ  କବି ଶ୍ରୀଯୁକ୍ତ ହଳଧର ନାଗଙ୍କ କବିତା ଓ ପଙ୍କଜ ଜାଲଙ୍କ ସଙ୍ଗୀତ ଏହକୁ ଅଧିକ ମନ୍ତ୍ରମୁଗ୍ଧ ଓ ପବିତ୍ର ସ୍ପର୍ଶ ଦେଇଛି । 
ନୂଆଖାଇ ଅବସରରେ ପଶ୍ଚିମଓଡିଶାର କଳାକାରମାନଙ୍କୁ ନେଇ ଭର୍ଚୁଆଲ ମୋଡରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘ନୂଆଁଖାଇ ଭେଟଘାଟ’ ଅନୁଷ୍ଠିତ ହେଉଛି । ପଶ୍ଚିମଓଡିଶାର ୫ଟି ଜିଲ୍ଲାର ୯ଟି ଟିମ୍ ଏହି ଲୋକନୃତ୍ୟ, କଳା ଓ ସଂସ୍କୃତିର ପ୍ରଦର୍ଶନ କରିଛନ୍ତି । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଉଦ୍ୟମରେ ଏହି ନୂଆଁଖାଇ ଭେଟଘାଟରେ ପଶ୍ଚିମଓଡିଶାର କଳାକାର ମାନେ ନିଜ ଅଂଚଳର ପାରମ୍ପରିକ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ । ଯାହାକୁ ସମସ୍ତେ ଟେଲିଭିଜନ ମାଧ୍ୟମରେ ଦେଖିବାକୁ ସୁଯୋଗ ପାଇପାରିବେ ।

Powered by Froala Editor

Tags Light and sound

Related articles Odisha News Lens 4.1

  • କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଲେ ସୋନମ ୱାଙ୍ଗଚୁକ, କହିଲେ ଏହା.....
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଲେ ସୋନମ ୱାଙ୍ଗଚୁକ, କହିଲେ ଏହା.....

    15459
    Oct 25, 2026
  • ଉଷା ମଙ୍ଗେଶକରଙ୍କୁ ମିଳିବ ‘ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକା ଜାତୀୟ ପୁରସ୍କାର’
    ଦେଶ-ଦେଶାନ୍ତର

    ଉଷା ମଙ୍ଗେଶକରଙ୍କୁ ମିଳିବ ‘ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକା ଜାତୀୟ ପୁରସ୍କାର’

    13806
    Oct 25, 2026
  • ୧୫୪ ବର୍ଷ ପରେ ଗୁଜରାଟରେ ଦେଖାଦେଲା  ସ୍ୟାଣ୍ଡ ସ୍ନେକ୍
    ଦେଶ-ଦେଶାନ୍ତର

    ୧୫୪ ବର୍ଷ ପରେ ଗୁଜରାଟରେ ଦେଖାଦେଲା ସ୍ୟାଣ୍ଡ ସ୍ନେକ୍

    13935
    Oct 25, 2026
  • ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ: ୧୨ବର୍ଷର ଯାତ୍ରାକୁ ‘ତୀର୍ଥଯାତ୍ରା’ ବୋଲି ଅଭିହିତ ...
    ଦେଶ-ଦେଶାନ୍ତର

    ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ: ୧୨ବର୍ଷର ଯାତ୍ରାକୁ ‘ତୀର୍ଥଯାତ୍ରା’ ବୋଲି ଅଭିହିତ ...

    14043
    Oct 26, 2026
  • ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ, ୭ ହଜାର ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର
    ଦେଶ-ଦେଶାନ୍ତର

    ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ, ୭ ହଜାର ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର

    13520
    Oct 25, 2026
  • ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ଜାଣନ୍ତୁ.....
    ଦେଶ-ଦେଶାନ୍ତର

    ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ଜାଣନ୍ତୁ.....

    13605
    Oct 25, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ,  ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ
    ବିଶେଷ

    ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15470
    Oct 26, 2026
  • ନବଜାତ ଶିଶୁ ମୁହଁରେ ନିଶ !
    ଦେଶ-ଦେଶାନ୍ତର

    ନବଜାତ ଶିଶୁ ମୁହଁରେ ନିଶ !

    14292
    Oct 25, 2026
  • ୭ ଟଙ୍କା ଲଟେରୀରେ ଭାଗ୍ୟ ଚମକିଗଲା
    ଦେଶ-ଦେଶାନ୍ତର

    ୭ ଟଙ୍କା ଲଟେରୀରେ ଭାଗ୍ୟ ଚମକିଗଲା

    15393
    Oct 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଲେ ସୋନମ ୱାଙ୍ଗଚୁକ, କହିଲେ ଏହା.....

    15459
    Oct 25, 2026
  • ବିଶେଷ

    ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15470
    Oct 26, 2026
  • ଦେଶ-ଦେଶାନ୍ତର

    ବିବାହ ପାଇଁ ଚୋରି କରି ଗିରଫ ହେଲେ ପ୍ରେମୀଯୁଗଳ

    15113
    Oct 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17219
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17913
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17859
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18280
    Sep 06, 2023

ବିଶେଷ

  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15470
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14650
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15564
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15726
    Oct 23, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    15095
    Oct 18, 2026

ବାଣିଜ୍ୟ

ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

ଦୀପାବଳିର ଠିକ୍ ପୂର୍ବରୁ ସୁନା ଦରରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି । ଚଳିତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ପାଖାପାଖି ୪% ଖସିଛି । ଏହି ୪ ମାସରେ ସୁନାର ଏହା ସର୍ବବୃହତ୍ ହ୍ରାସ । ଅଶୋଧିତ ତୈଳ ଦରରେ ବୃଦ୍ଧି, ଦରଦାମ ଚିନ୍ତା ଏବଂ କଡ଼ା ମୁଦ୍ରାନୀତି ଆଶଙ୍କା ଯୋଗୁ ସୁନା ଆଉନ୍ସ ପିଛା ୪,୦୦୦ ଡଲାର ପର୍ଯ୍ ...

  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    15106
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14806
    Oct 23, 2026
  • ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ

    15239
    Oct 22, 2026
  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

    14425
    Oct 21, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୭ ଟଙ୍କା ଲଟେରୀରେ ଭାଗ୍ୟ ଚମକିଗଲା

    15393
    Oct 25, 2026
  • କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଲେ ସୋନମ ୱାଙ୍ଗଚୁକ, କହିଲେ ଏହା.....

    15459
    Oct 25, 2026
  • ନବଜାତ ଶିଶୁ ମୁହଁରେ ନିଶ !

    14292
    Oct 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In