ଏଣିକି ୧୨ ଘଣ୍ଟା ନୁହେଁ, ୮ ଘଣ୍ଟା ଡ୍ୟୁଟି କରିବେ ୟୁପି-୧୧୨ ପୁଲିସ୍ କର୍ମୀ
ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ୟୁପିର-୧୧୨ରେ ମୁତୟନ ପୁଲିସ୍ କର୍ମୀଙ୍କୁ ଏବେ ଆଉ ୧୨ ଘଣ୍ଟା ଡ୍ୟୁଟି କରିବାକୁ ପଡ଼ିବ ନାହିଁ। ଗାଜିଆବାଦ ଏସଏସପି ଏହି ନିର୍ଦ୍ଦେଶାନାମା ଜାରି କରି ପୁଲିସକର୍ମୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଏବେ ଏହି ପୁଲିସକର୍ମୀମାନେ ଏଣିକି ୮ ଘଣ୍ଟା ଡ୍ୟୁଟି କରିବେ। ଏପର୍ଯ୍ୟନ୍ତ ଡ୍ୟୁଟି ଦୁଇଟି ଶିଫ୍ଟରେ ଚାଲୁଥିଲା, କିନ୍ତୁ ୮ ଘଣ୍ଟା ଡ୍ୟୁଟି କରାଯିବା ପରେ ଏବେ ପୁଲିସକର୍ମୀଙ୍କୁ ୩ଟି ଶିଫ୍ଟରେ ଡ୍ୟୁଟି କରିବାକୁ ପଡ଼ିବ। ତିନୋଟି ଶିଫ୍ଟ ଡ୍ୟୁଟି ପାଇଁ ୟୁପି ୧୧୨ରେ ପୁଲିସକର୍ମୀଙ୍କ ସଂଖ୍ୟା ବଢ଼ାଇବାକୁ ପଡ଼ିବ।
ପୁଲିସ୍ ଅଧୀକ୍ଷକ ସନ୍ତୋଷ ଗଙ୍ଗୱାର କହିଛନ୍ତି ଯେ ୟୁପି-୧୧୨ର ଡ୍ୟୁଟି ଲୋକଙ୍କୁ ତତ୍କାଳ ପୁଲିସ ସହାୟତା ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଏଥିରେ ମୁତୟନ ରହୁଥିବା ପୁଲିସକର୍ମୀଙ୍କୁ ଖୁବ୍ ଆକ୍ଟିଭ୍ ରହିବାକୁ ପଡ଼େ। ଯାହାଦ୍ୱାରା ସେମାନଙ୍କୁ ତତ୍କାଳ ଫୋନ୍ ଆସିଲେ ନିର୍ଦ୍ଧାରିତ ସମୟରେ ପହଞ୍ଚିପାରିବେ। କିନ୍ତୁ ୧୨ ଘଣ୍ଟା ଡ୍ୟୁଟି କରିବା ପରେ ପୁଲିସ୍ କର୍ମୀ ସେତେଟା ଫୂର୍ତ୍ତି ଦେଖାଇ ପାରନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ଏବେ ୟୁପି ପୁଲିସ୍ ୧୧୨ରେ ମୁତୟନ ସମସ୍ତ ପୁଲିସ୍ କର୍ମୀଙ୍କୁ ୮ ଘଣ୍ଟା ଡ୍ୟୁଟି କରାଇବାକୁ ନିଷ୍ପତ୍ତି ନେଇଛି।
Powered by Froala Editor