ଜଗତସିଂହପୁର ବଜାର ଅଞ୍ଚଳରେ ୧୪୪

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାର ବଜାର ଅଞ୍ଚଳରେ ପାଇଁ ରାତ୍ରିକାଳୀନ କର୍ଫୁ୍ୟରେ ୧୪୪ ଧାରା ଜାରି କରାଯାଇଛି । ରାତି ୯ଟାରୁ ସକାଳ ୫ଟା ଯାଏଁ ୧୪୪ ଲାଗୁ ନେଇ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ଜଗତସିଂହପୁର ଓ ପାରାଦୀପ ପୌରପାଳିକା ସହ ଅନ୍ୟ ବଜାର ପାଇଁ ଏହି କଟକଣା ଜାରି କରାଯାଇଛି । ରଘୁନାଥପୁର, ତାରପୁର ଓ ଜୟପୁର ବଜାର ପାଇଁ ରାତି କଟକଣା ଲାଗୁ ହେବ । ଏହାଛଡ଼ା ତିର୍ତ୍ତୋଲ, ରାହାମା ଓ କୁଜଙ୍ଗ ବଜାର ପାଇଁ ବି ରାତିରେ କଟକଣା ଜାରି ନେଇ ନିଦେ୍ର୍ଧଶନାମା ଜାରି କରାଯାଇଛି ।
ପ୍ରକାଶ ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଠାରୁ ରାଜ୍ୟରେ ରାତି୍ରକାଳୀନ କର୍ଫୁ୍ୟ ଆରମ୍ଭ ହେବ । କରୋନା ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଏହି କର୍ଫୁ୍ୟ ଆରମ୍ଭ ହେବ ।