ଆଜି ରାଜ୍ୟରେ ୭୪୫ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୩୫ ଜଣ ଓ ସ୍ଥାନୀୟ ସଂକ୍ରମଣ ୩୧୦ ରହିଛି । ସୂଚନା ଓ ଳୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୧୦, ବାଲେଶ୍ୱରରୁ ୩୨, ବରଗଡରୁ ୧୧, ଭଦ୍ରକରୁ ୯, କଟକରୁ ୧୨୦, ଦେବଗଡରୁ ୬, ଢେଙ୍କାନାଳରୁ ୯, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୮, ଯାଜପୁରରୁ ୨୭, କେନ୍ଦ୍ରାପଡାରୁ ୧୮, କନ୍ଧମାଳରୁ ୩, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୨୦୭, କୋରାପୁଟରୁ ୧, ମାଲକାନାଗିରିରୁ ୧, ମୟୂରଭଞ୍ଜରୁ ୩୨, ନବରଙ୍ଗପୁରରୁ ୪, ନୟାଗଡରୁ ୧୧, ନୂଆପଡାରୁ ୨, ପୁରୀରୁ ୧୭, ରାୟଗଡରୁ ୨, ସମ୍ବଲପୁରରୁ ୧୦, ସୁନ୍ଦରଗଡରୁ ୨୪, ସୁବର୍ଣ୍ଣପୁରରୁ ୧ ଓ ରାଜ୍ୟପୁଲରୁ ୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୮୩ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସର ୧୧୯ ଜଣ ପିଲା ରହିଛନ୍ତି ବୋଲି ସୂଚନା ମିଳିଛି ।
Powered by Froala Editor