ବିଜେପି କର୍ମୀଙ୍କୁ ମାଡ଼ ମାରି ଫସିଲେ : ଦଳ ଓ ଜିଲ୍ଲା ପ୍ଲାନିଂ କମିଟି ଅଧ୍ୟକ୍ଷ ପଦରୁ ଜଗଦ୍ଦେବ ନିଲମ୍ବିତ
ବିଜେପି କର୍ମୀଙ୍କୁ ମାଡ଼ମାରିବା ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ମହଙ୍ଗା ପଡିଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଦଳରୁ ନିଲମ୍ବନ ସହ ଖୋର୍ଦ୍ଧା ଜିଲ୍ଲା ପ୍ଲାନିଂ କମିଟି ଅଧ୍ୟକ୍ଷ ପଦରୁ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବାଲୁଗାଁ ନଗର ବିଜେପି ସଭାପିତ ନିରଂଜନ ସେଠୀଙ୍କୁ ପ୍ରଶାନ୍ତ କୁମାର ଜଗଦ୍ଦେବ ମାଡି ମାରିବା ଘଟଣା ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଥିଲା । ଗାଡିରୁ ଓହ୍ଲାଇ ବାହୁବଳୀ ନେତା ପ୍ରଶାନ୍ତ ବାଲୁଗାଁ ନଗର ସଭାପତିଙ୍କୁ ଧକ୍କା ସହ ମାଡ ମାରିଥିଲେ ।
ଏହି ଘଟଣାକୁ କେନ୍ଦ୍ର କରି ପ୍ରଶାନ୍ତଙ୍କୁ ଗିରଫ ଦାବିରେ ବିଜେପି କର୍ମୀ ଧାରଣା ଦେଇଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏକ ଚିଠି ଜାରି କରି ପ୍ରଶାନ୍ତଙ୍କୁ ନିଲମ୍ବନ କରିବା ସହ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପଦରୁ ମଧ୍ୟ ବହିଷ୍କୃତ କରିଛନ୍ତି ।
Powered by Froala Editor