୬ ରବି ଫସଲର ଏମଏସପି ବଢିଲା
କେନ୍ଦ୍ର ସରକାର ୨୦୨୧-୨୨ ଓ ୨୦୨୨-୨୩ରେ ଉତ୍ପାଦନ ହେଉଥିବା ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ବଢାଇଦେଇଛନ୍ତି । ଫସଲ ବିବିଧକରଣକୁ ପ୍ରେତ୍ସାହିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି ।
ନୂଆ ଫସଲ ଉତ୍ପାଦନ ହେଲେ ଚାଷୀମାନଙ୍କ ଠାରୁ ୨% ଅଧିକ ଦାମରେ ଗହମ କିଣାଯିବ। ତେବେ ଦୀର୍ଘ ୧୦ ବର୍ଷ ମଧ୍ୟରେ ଗହମ ଉପରେ ସବୁଠାରୁ କମ୍ ପରିମାଣର ଏମଏସ୍ପି ବୃଦ୍ଧି କରାଯାଇଛି।
କେନ୍ଦ୍ର ସରକାର ଗହମ ଉପରେ ଏମଏସ୍ପି ୪୦ ଟଙ୍କା ବଢ଼ାଇଥିବାରୁ ଏଣିକି ଚାଷୀମାନେ ୧୦୦ କେଜି ଗହମ ବିକ୍ରି କରି ୨୦୧୫ ଟଙ୍କା ପାଇବେ। ପୂର୍ବରୁ ସେମାନଙ୍କୁ ୧୯୭୫ ଟଙ୍କା ମିଳୁଥିଲା। ସେହିପରି କେନ୍ଦ୍ର ସରକାର ସୋରିଷର ଏମଏସ୍ପିକୁ ୪୦୦ ଟଙ୍କା ବଢ଼ାଇଛନ୍ତି। ପୂର୍ବରୁ ୧ କ୍ୱିଣ୍ଟାଲ ସୋରିଷ ବିକ୍ରି କରି ଚାଷୀମାନେ ୪,୬୫୦ ଟଙ୍କାରେ ପାଉଥିଲେ। ଏବେ ଏହା ୫,୦୫୦ ଟଙ୍କା ହୋଇଛି। ବାର୍ଲି ଉପରେ ଏମଏସ୍ପି ୩୫ ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ପରେ ଚାଷୀମାନେ କ୍ୱିଣ୍ଟାଲ ବାର୍ଲି ବିକ୍ରି କରି ୧୦୩୫ ଟଙ୍କା ପାଇବେ।
ଏହାବାଦ୍ ବୁଟ ଡାଲିର ଏମଏସ୍ପି ୧୩୦ ଟଙ୍କା ଓ ମସୁର ଡାଲିର ଏମଏସ୍ପି ୪୦୦ ଟଙ୍କା ବଢ଼ିଛି। ଚାଷୀମାନେ ପୂର୍ବରୁ ବୁଟ ଡାଲିକୁ କ୍ୱିଣ୍ଟାଲ ପିଛା ୫,୧୦୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଏବେ ୫୨୩୦ ଟଙ୍କାରେ ବିକ୍ରି କରିବେ। ସେହିପରି ମସୁର ଡାଲି ପାଇଁ ସେମାନଙ୍କୁ ୫,୧୦୦ ଟଙ୍କା ବଦଳରେ ୫,୫୦୦ ଟଙ୍କା ମିଳିବ। ସୂର୍ଯ୍ୟମୁଖୀ ଉପରେ ଏମଏସ୍ପି ୧୧୪ ଟଙ୍କା ବଢ଼ିଛି। ଚାଷୀମାନେ ପୂର୍ବରୁ କ୍ୱିଣ୍ଟାଲ ପିଛା ସୂର୍ଯ୍ୟମୁଖୀ ପାଇଁ ୫,୪୪୧ ଟଙ୍କା ପାଉଥିଲେ। ହେଲେ ଏଣିକି ସେମାନେ ୫,୩୨୭ ଟଙ୍କା ମିଳିବ। ବର୍ତ୍ତମାନ ଖରିଫ ଓ ରବି ଋତୁରେ ଉତ୍ପାଦନ ହେଉଥିବା ୨୩ଟି ଦ୍ରବ୍ୟ ଉପରେ କେନ୍ଦ୍ର ସରକାର ଏମଏସ୍ପି ପ୍ରଦାନ କରୁଛନ୍ତି।
ଏହାଛଡ଼ା କେନ୍ଦ୍ର କ୍ୟାବିନେଟ୍ ବୟନ ଶିଳ୍ପ କ୍ଷେତ୍ର ପାଇଁ ୧୦,୬୮୩ କୋଟିର ଉତ୍ପାଦନ ସଂପର୍କିତ ପ୍ରେତ୍ସାହନ (ପିଏଲଆଇ)କୁ ମଂଜୁର କରିଛନ୍ତି ।
Powered by Froala Editor