ଝିଅ ଦ୍ୱିତୀୟ ବିବାହ କଲା ବୋଲି ବାପା ଗାଁରୁ ବାସନ୍ଦ
ମୟୂରଭଞ୍ଜ ଯଶିପୁର ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତର ଧୁଡୁକୁ ଗାଁରେ ଜଣେ ବୃଦ୍ଧ ବାପାକୁ କଙ୍ଗାରୁ କୋର୍ଟରେ ଦଣ୍ଡିତ କରାଯାଇଛି । ତାଙ୍କର ଦୋଷ ଏତିକି ଯେ, ସେ ତାଙ୍କ ଝିଅର ଦ୍ୱିତୀୟ ବିବାହ କରିଛନ୍ତି । ଏଥିପାଇଁ ତାଙ୍କୁ ଜରିମାନା ସହ ଗାଁରୁ ବାସନ୍ଦ କରାଯାଇଛି । ଶେଷରେ ଗାଁଲୋକଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ଝିଅର ପ୍ରଥମ ସ୍ୱାମୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଅଞ୍ଚଳ ରାଡଙ୍ଗ ଗାଁର ଗୌରାଙ୍ଗ ନାଏକ(୩୫) ।
ନିର୍ଯାତନାର ଶିକାର ହୋଇଛନ୍ତି ଗାଁର ପିଅନ ନାଏକ । ପିଅନ ନାଏକଙ୍କ ଝିଅ ପୂର୍ବରୁ ଗୌରାଙ୍ଗକୁ ପ୍ରେମ ବିବାହ କରିଥିଲେ । ଗୌରାଙ୍ଗ ୧୦ବର୍ଷ ହେବ କାମ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଝିଅ ବାପ ଘରେ ରହୁଥିଲେ । ନିକଟରେ ଝିଅକୁ ପିଅନ ଅନ୍ୟତ୍ର ବିବାହ କରି ଦେଲେ । ଏହି ଖବର ପାଇଥିଲା ଗୌରାଙ୍ଗ । ସେ ଗାଁର କିଛି ଅସାମାଜିକ ଲୋକଙ୍କୁ ମେଳି କରି ଗାଁ ସଭା ବସାଇଥିଲା । ଏଥିରେ ଝିଅର ବାପାଙ୍କୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଗଲା । ସେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ରାତିରେ ତାଙ୍କ ଘରେ ପଶି ଟିଭି, ଫ୍ୟାନ ସହ ୧୨ଟି ଛେଳି, ହଳେ ବଳଦ, ୧୧ଟି କୁକୁଡ଼ା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜୋର ଜବରଦସ୍ତ ନେଇଗଲେ । ପରେ ବୃଦ୍ଧଙ୍କ ଘର ସମ୍ମୁଖରେ ଲିମ୍ବ ଡାଳ ପୋତି ତାଙ୍କୁ ବାସନ୍ଦ କରାଗଲା ବୋଲି ଘୋଷଣା କରିଥିଲେ ।
ଏନେଇ ଝିଅର ବାପା ଥାନାରେ ଏତଲା ଦେବା ସହ ଉପଖଣ୍ଡ ପୁଲିସ ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରିଥିଲେ । ପୁଲିସ ୧୮୦/୨୧ରେ ଏକ ମାମଲା ରୁଜୁ କରି ଝିଅର ପ୍ରଥମ ସ୍ୱାମୀ ଗୌରାଙ୍ଗ ନାଏକ (୩୫)ଗିରଫ କରଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଅଞ୍ଚଳର ରାଡଙ୍ଗ ଗ୍ରାମର ଅଭିଯୁକ୍ତର ଢ଼େମଣାନାଳୀ ଗ୍ରାମରେ ଥିବା ଧରମ ମାଆ ଘରୁ ଲୁଟ ଜିନିଷପତ୍ର ପୁଲିସ ଉଦ୍ଧାର କରିଛି ।
Powered by Froala Editor