ଅନ୍ଧବିଶ୍ୱାସର ଘୃଣ୍ୟ ପ୍ରଥା: ବର୍ଷା ପାଇଁ ନାବାଳିକାଙ୍କୁ ଉଲଗ୍ନ କରି ଭିକ ମଗାଯାଏ
ଅନ୍ଧବିଶ୍ୱାସ ଯେ କେତେ ଭୟଙ୍କର ଏହି ଶୀର୍ଷକରୁ ଆପଣ ଜାଣିପାରିବେ । ବର୍ଷା ହେବା ପାଇଁ ନାବାଳିକାଙ୍କୁ ଉଲଗ୍ନ କରାଇ ଘର ଘର ଭିକ୍ଷା ମାଗିବାକୁ ବାଧ୍ୟ କରାଯାଇଛି । ଏହି ଘୃଣ୍ୟ ଚିତ୍ର ଆସିଛି ମଧ୍ୟପ୍ରଦେଶ ଦାମୋ ଜିଲ୍ଲାର ଜାବେରା ବ୍ଲକର ବାନିଆ ଗ୍ରାମରୁ ।
ମଧ୍ୟପ୍ରଦେଶରେ ବର୍ଷା ହେବା ପାଇଁ ଲୋକେ କିଛି ନାବାଳିକାଙ୍କୁ ଉଲଗ୍ନ କରି ଘରଘର ବୁଲାଇ ଭିକ୍ଷା କରାଇଥିବା ଜଣାପଡ଼ିଛି। ନାବାଳିକାମାନେ ନିଜ ପରିବାର ସଦସ୍ୟଙ୍କ ସହ ଘରକୁ ଘର ବୁଲିଥିଲେ ଏବଂ ଭଜନ ଗାନକରି ଶସ୍ୟ ଭିକ୍ଷା କରିଥିଲେ। ନାବାଳିକା ଉଲଗ୍ନ ହେବା ସହ ନିଜ କାନ୍ଧରେ ଓଜନଦାର ହେମଧସ୍ତା ରଖିଥିଲେ। ଏହାପରେ ସେ ଗାଁ ଦାଣ୍ଡକୁ ବାହାରିଥିଲେ। ଉଲଗ୍ନ ହୋଇ ଘରକୁ ଘର ବୁଲିବା ସହ ଡାଲି, ଚାଉଳ, ମକା ଓ ବାଜରା ଇତ୍ୟାଦି ମାଗିଥିଲେ। ପରେ ସଂଗୃହୀତ ଶସ୍ୟକୁ ନେଇ ଗାଁ ମନ୍ଦିରରେ ରୋଷେଇ କରାଯାଇଥିଲା ଓ ଗାଁର ସବୁ ଲୋକ ପ୍ରସାଦ ପାଇଥିଲେ। ଏଭଳି କଲେ ବର୍ଷା ହେବା ସହ ମରୁଡ଼ି ସ୍ଥିତି ସୁଧୁରିବ ବୋଲି ସେ ଅଞ୍ଚଳରେ ବିଶ୍ବାସ ରହିଛି । ମରୁଡ଼ିରୁ ଲୋକମାନେ ରକ୍ଷା ପାଇଥାଆନ୍ତି ବୋଲି ଗାଁ ଲୋକଙ୍କର ବିଶ୍ୱାସ ରହିଛି। ବହୁ ବର୍ଷ ଧରି ସେଠାରେ ଏହି ପ୍ରଥା ପ୍ରଚଳିତ ଅଛି।
ପ୍ରତିବର୍ଷ ଗାଁର ଲୋକମାନେ ଏପରି କରନ୍ତି। ଉଲଗ୍ନ ହୋଇ ଭିକ ମାଗିବାକୁ ଥିବା ନାବାଳିକାଙ୍କ ଠାରୁ ପ୍ରଥମେ ଏଥିପାଇଁ ଅନୁମତି ନିଆଯାଇଥାଏ। ଏହାପରେ ପରମ୍ପରା ଅନୁଯାୟୀ ସବୁ କିଛି କରାଯାଏ। ପରିବାର ଲୋକ ହିଁ ନାବାଳିକାଙ୍କୁ ଉଲଗ୍ନ ଅବସ୍ଥାରେ ଭିକ ମାଗିବାକୁ ପ୍ରସ୍ତୁତ କରନ୍ତି।
Powered by Froala Editor