ବିପତ୍ତି ଆସିଲେ ମୋତେ ଗୁଳି କରିଦେବ, କିନ୍ତୁ ତାଲିବାନୀଙ୍କ ଆଗରେ ମୁଣ୍ଡ ନୁଆଁଇବି ନାହିଁ : ସାଲେହ
ତାଲିବାନ ଆଫଗାନିସ୍ତାନ ଉପରେ ରାଜ କରୁଥିବାବେଳେ ପଞ୍ଜଶୀରରେ ପଶି ପାରିନି । ଏଭଳି ସ୍ଥିତିରେ ଆଫଗାନିସ୍ତାନର ଉପ ରାଷ୍ଟ୍ରପତି ଥିବା ଅମରୁଲ୍ଲା ସାଲେହ ସଂପ୍ରତି ନିଜ ଦେଶର ଆତ୍ମ ସମ୍ମାନ ପାଇଁ ଲଢେଇ କରୁଛନ୍ତି। ସେ ପଞ୍ଜଶୀର ଘାଟିରେ ତାଲିବାନୀ ବିରୋଧରେ ରେଜିଷ୍ଟାନ୍ସ ଫୋର୍ସର ନେତୃତ୍ଵ କରୁଛନ୍ତି। ଏହା ମଧ୍ୟରେ ସାଲେହ ବ୍ରିଟିଶ ଖବର କାଗଜ ଡେଲି ମେଲ୍ରେ ଏକ ଲେଖା ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି, ଯଦି ପଞ୍ଜଶୀର ଲଢେଇ ବେଳେ ସେ ଆହତ ହୁଅନ୍ତି ତେବେ ନିଜର ଗାର୍ଡମାନଙ୍କୁ ଖାସ୍ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଯଦି ସେ ଆହତ ହୁଅନ୍ତି ତେବେ ଏମିତି ସ୍ଥିତିରେ ଗାର୍ଡ ମୋତେ ଗୁଳି କରି ଦେବ, କାରଣ ମୁଁ ତାଲିବାନ ସାମ୍ନାରେ ଆତ୍ମ ସମର୍ପଣ କରିବାକୁ ଚାହୁଁନାହିଁ।
ସାଲେହ ଲେଖିଛନ୍ତି, ସେ ଦୁଇଟି ସୈନ୍ୟ ଗାଡି ଏବଂ ଦୁଇଟି ପିକଅପ୍ ଟ୍ରକ ସହ ସେଠାରୁ ବାହାରିଥିଲେ। ଟ୍ରକରେ ବନ୍ଧୁକ ଲଦା ହୋଇଥିଲା। ପଞ୍ଜଶୀର ଯିବା ବେଳେ ରାସ୍ତାରେ ଦୁଇ ଥର ତାଙ୍କର ଏହି ଗାଡି ଉପରେ ଆକ୍ରମଣ ହୋଇଥିଲା। ଆମେ ବହୁତ ମୁସ୍କିଲରେ ନଦର୍ଣ୍ଣ ପାସ୍ ଅତିକ୍ରମ କରିଥିଲୁ। ଏଠାରେ ଅନେକ ପ୍ରକାରରେ ବେଆଇନ ଗତିବିଧି ଜାରି ରହିଥିଲା। ଆମ ଉପରେ ଦୁଇ ଥର ଆକ୍ରମଣ ହୋଇଥିଲେ ହେଁ ଆମେ ବଞ୍ଚି ଯାଇଥିଲୁ ବୋଲି ସାଲେହ କହିଛନ୍ତି। ତେଣୁ କୌଣସି ବିପତ୍ତି ଆସିଲେ ସୁରକ୍ଷା କର୍ମୀମାନେ ତାଙ୍କୁ ଗୁଳି କରିଦେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor