ବିଶାଖାପାଟଣାରେ ‘ସ୍ୱର୍ଣ୍ଣିମ ବିଜୟ ମାର୍ଶାଲ’ କୁ ସ୍ୱାଗତ
ବିଶାଖାପାଟଣାରେ ପହଞ୍ଚିଛି ଭାରତୀୟ ନୌସେନାର ‘ସ୍ୱର୍ଣ୍ଣିମ ବିଜୟ ମାର୍ଶାଲ’ । “ସ୍ୱର୍ଣ୍ଣିମ ବିଜୟ ମାର୍ଶାଲ” ବିଶାଖାପାଟଣା ପହଞ୍ଚିବା ପରେ ପୂର୍ବତଟ ନୌସେନା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦ୍ୱାରା ସ୍ୱାଗତ କରାଯାଇଥିଲା। ବିଶାଖାପାଟଣା ଆର.କେ ବିଚ୍ ନିକଟରେ ଥିବା ଶାନ୍ତି ସ୍ତୁପ ‘ବିଜୟ ସାଗର’ ମେମୋରିଆଲ ଠାରେ ଭାରତୀୟ ନୌସେନା ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ପୂର୍ବତଟ ନୌସେନାର ଉପ-ଆଡମିରାଲ ଅଜେନ୍ଦ୍ର ବାହାଦୂର ସିଂ ଓ ଆନ୍ଧ୍ରପ୍ରଦେଶ ଗୃହମନ୍ତ୍ରୀ ଏମ. ସୁଚରିତା ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ “ସ୍ୱର୍ଣ୍ଣିମ ବିଜୟ ମାର୍ଶାଲ” ଓ ଶାନ୍ତି ସ୍ତୁପରେ ଶହୀଦ ଯବାନ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ୨ ମିନିଟର ନିରବ ପ୍ରାର୍ଥନା କରିଥିଲେ।
ସୂଚନାଯୋଗ୍ୟ ଯେ, ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂରଣ ହୋଇଛି । ଏହି ଯୁଦ୍ଧରେ ଭାରତୀୟ ନୌସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ଡିସେମ୍ବର ୧୫ ତାରିଖରେ ନୂଆଦିଲ୍ଲୀରେ “ସ୍ୱର୍ଣ୍ଣିମ ବିଜୟ ମାର୍ଶାଲ”ର ଉଦଘାଟନ କରିଥିଲେ ଓ ୪ ଟି ମାର୍ଶାଲକୁ ଭାରତର ୪ଟି ଦିଗକୁ ପଠାଇଥିଲେ। ଦକ୍ଷିଣ କାର୍ଡିନାଲ୍ ପାଇଁ ଆସିଥିବା “ସ୍ୱର୍ଣ୍ଣିମ ବିଜୟ ମାର୍ଶାଲ” ବେଙ୍ଗାଲୁରୁ, କୋଏମ୍ବାଟୁର, କୋଚି, ମଦୁରାଇ, ଚେନ୍ନାଇ ଦେଇ ପୋର୍ଟ ବ୍ଲେୟାରରୁ ଆଇଏନଏସ ସୁମିତ୍ରାରେ ବିଶାଖାପାଟଣା ପହଞ୍ଚିଛି।
Powered by Froala Editor