ବାଇଡେନ, ବୋରିସ୍ଙ୍କୁ ପଛରେ ପକାଇ ପୁଣି ନମ୍ବର ୱାନ ମୋଦି
ବିଶ୍ୱର ବଡ ବଡ ନେତାଙ୍କୁ ପଛରେ ପକାଇ ପୁଣି ନମ୍ବର ୱାନ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗ୍ଲୋବାଲ୍ ଲିଡର ଆପ୍ରୁଭାଲ ରେଟିଂରେ ମୋଦିଂ ରେଟିଂ ଶୀର୍ଷରେ ରହିଛି। ୭୦ ପ୍ରତିଶତ ରେଟିଂ ସହିତ ମୋଦି ବିଶ୍ୱର ଅନେକ ନେତାଙ୍କୁ ପଛରେ ପକାଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନ ଚାନ୍ସେଲର ଆଞ୍ଜେଲା ମୋର୍କେଲ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସମେତ ଅନେକ ବିଶ୍ୱ ନେତା ଏବେ ମୋଦିଙ୍କ ତୁଳନାରେ ବହୁତ କମ୍ ରହିଛନ୍ତି।
ଦ୍ୱିତୀୟ ସ୍ଥାନରେ ୬୪ ପ୍ରତିଶତ ସହ ଫ୍ରାନ୍ସର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ ଲୋପେଜ ଓବ୍ରାଡୋର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୬୩ ପ୍ରତିଶତ ରେଟିଂ ସହ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ରହିଥିବା ବେଳେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମୋର୍କେଲ ୫୨ ପ୍ରତିଶତ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୪୮ ପ୍ରତିଶତ ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ୪୮ ପ୍ରତିଶତ ସହିତ ଷଷ୍ଠ ସ୍ଥାନରେ ରହିଥିବା ବେଳେ ୪୫ ପ୍ରତିଶତ ସହିତ ସପ୍ତମ ସ୍ଥାନରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ ରହିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୪୧ ପ୍ରତିଶତ ସହିତ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାର ୩୯ ପ୍ରତିଶତ ସହିତ ନବମ ସ୍ଥାନରେ, ୩୮ ପ୍ରତିଶତ ସହିତ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଦଶମ ସ୍ଥାନରେ, ୩୫ ପ୍ରତିଶତ ସହିତ ଏକାଦଶ ସ୍ଥାନରେ ସ୍ପେନର ପ୍ରଧାନମନ୍ତ୍ରୀ ରହିଥିବା ବେଳେ ୩୪ ପ୍ରତିଶତ ସହିତ ଦ୍ୱାଦଶ ସ୍ଥାନରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ୨୫ ପ୍ରତିଶତ ସହ ତ୍ରୟୋଦଶ ସ୍ଥାନରେ ରହିଛନ୍ତି। ଆମେରିକାର ଡାଟା ଇଣ୍ଟେଲିଜେନ୍ସ ସଂସ୍ଥା ଦି ମର୍ଣ୍ଣିଂ କନସଲ୍ଟ(The Morning Consult)ର ସର୍ଭେରେ ଏହି ରିପୋର୍ଟ ସାମ୍ନାକୁ ଆସିଛି।
Powered by Froala Editor