୩୦ରେ ପଡ଼ିବ ଭୋଟ୍, ମମତାଙ୍କ ଭାଗ୍ୟ ଲେଖିବେ ଭୋଟର
ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଓଡିଶା ସମେତ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନାରେ ୩୧ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ । ଏଥିସହ ୩ଟି ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ଭୋଟ ଗ୍ରହଣ କରାଯିବ । ନିର୍ବାଚନ ହେବାକୁ ଥିବା ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ନିର୍ବାଚନ ଅଧକାରୀମାନଙ୍କ ସହ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ଘୋଷଣା ସହ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି ।
ପଶ୍ଚିମବଙ୍ଗର ଭବାନୀପୁର, ରାମଶେରଗଞ୍ଜ ଏବଂ ଜଙ୍ଗୀପୁର ସିଟ୍ରେ ଉପନିର୍ବାଚନ ହେବ । ସେହିଭଳି ଓଡିଶାର ପିପିଲି ଆସନରେ ମଧ୍ୟ ଉପନିର୍ବାଚନ ପାଇଁ ନିର୍ବାଚନ ଆଚାର ସଂହିତା ଲାଗୁ ହୋଇଯାଇଛି । ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ପ୍ରାୟ ୩୧ଟି ବିଧାନସଭା ଏବଂ ୨ଟି ଲୋକସଭା ସିଟ୍ ଖାଲିଅଛି । ଏ ସବୁ ଆସନରେ ଉପନିର୍ବାଚନ ହେବ । କିନ୍ତୁ କରୋନା ସଂକ୍ରମଣ କାରଣରୁ ସମସ୍ତ ସିଟ୍ରେ ଉପନିର୍ବାଚନ ନକରି ପଶ୍ଚିମବଙ୍ଗ ସରକାରଙ୍କ ବିଶେଷ ଅନୁରୋଧ କ୍ରମେ ସେଠାକାର ୩ଟି ଆସନ ପାଇଁ ଉପନିର୍ବାଚନ କରାଇବାକୁ ଘୋଷଣା କରିଛନ୍ତି ।
ପଶ୍ଚିମବଙ୍ଗ ଭବାନୀପୁର ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲାଗି ହେବ ଗୁରୁତ୍ବପୂର୍ଣ୍ଣ । ସେ ଏହି ଆସନରୁ ନିର୍ବାଚନ ଲଢିବେ । ଏଥିପାଇଁ ଭବାନୀପୁରରେ ତୃଣମୁଳ କଂଗ୍ରେସ କର୍ମୀ ମାନେ ଉତ୍ସାହିତ ଅଛନ୍ତି । ନନ୍ଦିଗ୍ରାମରୁ ପରାଜୟ ପରେ ମମତା ୬ ମାସ ଭିତରେ କୌଣସି ଆସନରୁ ବିଜୟ ହେବାର ଆବଶ୍ୟକତା ରହିଛି । ଏହାସହ ପଶ୍ଚିମବଙ୍ଗର ସମସେରଞ୍ଜ ଓ ଜାଙ୍ଗିପୁର ଆସନ ଲାଗି ମଧ୍ୟ ଉପନିର୍ବାଚନ ହେବ । ସେପ୍ଟେମ୍ବର ୬ ତାରିଖରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ । ସେପ୍ଟେମ୍ବେର ୧୩ ନାମାଙ୍କନ ଦାଖଲର ଶେଷ ତାରିଖ । ସେପ୍ଟେମ୍ବର ୩୦ ତାରିଖରେ ଭୋଟ ଗ୍ରହଣ ଏବଂ ଅକ୍ଟୋବର ୩ତାରିଖରେ ଭୋଟ ଗଣତି ହେବ ।
Powered by Froala Editor