ଲକି ଡ୍ରରେ ଚମକିଲା ପ୍ରବାସୀ ଭାରତୀୟଙ୍କ ଭାଗ୍ୟ
ଲକି ଡ୍ରରେ ଚମକିଛି ପ୍ରବାସୀ ଭାରତୀୟଙ୍କ ଭାଗ୍ୟ । ରାତାରାତି ପାଲଟିଛନ୍ତି କୋଟିପତି । ରସ ଅଲ୍ ଖୈମାହରେ ରହୁଥିବା ଭାରତୀୟ ପ୍ରବାସୀ ଆବୁ ମହମ୍ମଦ ଶନିବାର ଆବୁଧାବିରେ ଆୟୋଜିତ ହୋଇଥିବା ବିଗ୍ ଟିକେଟ୍ ଡ୍ରରେ Dh12 ମିଲିୟନ୍ ପୁରସ୍କାର ଜିତିଛନ୍ତି। ଭାରତୀୟ ମୁଦ୍ରା ଅନୁଯାୟୀ ଏହାର ମୂଲ୍ୟ ପ୍ରାୟ ୨୩ କୋଟି ୮୪ ଲକ୍ଷ।
ବିଗ୍ ଟିକେଟ୍ ଡ ପ୍ରତିମାସ ୩ ତାରିଖରେ ଆବୁଧାବୀରେ ଆୟୋଜିତ କରାଯାଇଥାଏ। ମହମ୍ମଦ ଯେଉଁ ଟିକେଟ ଜିତିଛନ୍ତି, ତାହାର ନମ୍ବର ୦୨୭୭୦୦ ଥିଲା ଓ ଏହାକୁ ୩୦ ଅଗଷ୍ଟରେ କିଣିଥିଲେ। ଯେତେବେଳେ ହୋଷ୍ଟ ରିଚର୍ଡ ବିଜେତାଙ୍କର ଘୋଷଣା କରିଥିଲେ ସେତେବେଳେ ମାନୋ ମହମ୍ମଦ ପୂର୍ବରୁ ଏଥିପାଇଁ ପ୍ରସ୍ତୁତ ଥିଲେ। ସେ ନିଜେ ଜିତିବାର ଶୁଣି ଉତ୍ସାହିତ ହୋଇଯାଇଥିଲେ ଓ କହିଥିଲେ ଏହି ଟିକେଟ୍ ସେ ନିଜର ୪ ଜଣ ସହଯୋଗୀଙ୍କଠାରୁ କିଣିଥିଲେ ଓ ଏବେ ଚାରିଜଣଙ୍କ ସହିତ ଏହାକୁ ସେୟାର କରିବେ।
ଭାରତରେ ରହୁଥିବା ମହମ୍ମଦ ନିଜ ପତ୍ନୀ, ମା ଏବଂ ଦୁଇ ଝିଅଙ୍କ ସହିତ ରସ୍ ଅଲ୍ ଖେମାହରେ ରୁହନ୍ତି। ସେ ଏକ ସିପିଂ କମ୍ପାନୀରେ ଅପରେସନ୍ କୋଅର୍ଡିନେଟର ଭାବରେ କାମ କରନ୍ତି। ସେ ଗତ ବର୍ଷ ଏକ ବର୍ଷରୁ ଅଧିକ ସମୟ ଧରି ନିଜର ସହଯୋଗୀଙ୍କ ସହିତ ବିଗ୍ ଟିକେଟ୍ ଡ୍ରରେ ଭାଗ ନେଇଥିଲେ।
Powered by Froala Editor