୧୦ ହାତ ଥିବା ମମତାଙ୍କ ମୂର୍ତ୍ତିକୁ ନେଇ ବିବାଦ
ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ହେଲେ ଏହାରି ମଧ୍ୟରେ ବିବାଦ ଦେଖା ଦେଇଛି । ଚଳିତ ବର୍ଷ ପୂଜା ମଣ୍ଡପର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିବ । ମୂର୍ତ୍ତି କାରିଗର ମିଣ୍ଟୁ ପାଲ ତାଙ୍କ ଟିମ୍ ସହ ମିଶି ମମତା ବାନାର୍ଜୀଙ୍କ ଏକ ୧୦ ହାତ ଥିବା ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି । ଏହି ମୂର୍ତ୍ତି ମମତା ବାନାର୍ଜୀଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିବା ୧୦ ଟି ଯୋଜନା ବାବଦରେ ଲୋକଙ୍କୁ ସୂଚିତ କରାଯିବ । ତେବେ ପୂଜାରେ ରାଜନୈତିକ ରଙ୍ଗ ଦେବାକୁ ନେଇ ଲୋକେ ବିରୋଧାଭାସ ଉଠାଇଛନ୍ତି ।
ଶିଳ୍ପୀ ସ୍ପଷ୍ଟ କରିଛନ୍ତି କି ଏହି ମୂର୍ତ୍ତୀକୁ ନେଇ କୌଣସି ପ୍ରକାର ବିବାଦ ହେବା ଉଚିତ ନୁହେଁ। ପୂର୍ବରୁ ଅନେକ ନେତାଙ୍କ ଏଭଳି ଭାବେ ମୂର୍ତ୍ତି ତିଆରି କରାଯାଇଥିଲା। ଶିଳ୍ପୀ ଏହା ବି ସ୍ପଷ୍ଟ କରିଛନ୍ତି କି ମମତାଙ୍କ ଏହି ମୂର୍ତ୍ତିକୁ ପୂଜା କରାଯିବ ନାହିଁ। ଏହାକୁ କେବଳ ମଣ୍ଡପରେ ଲୋକଙ୍କ ମନୋରଞ୍ଜନ ପାଇଁ ରଖାଯିବ।
Powered by Froala Editor